କାର୍‌ ସହ ଭାସିଗଲେ, ଚାରି ମୃତ: ପହଁରି ପହଁରି ଜୀବନ ବଞ୍ଚାଇଲେ ଡ୍ରାଇଭର୍‌

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଦରଭାରେ ଅଭାବନୀୟ ଘଟଣା ଘଟିଛି। ୩୦ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ସମୟରେ ବନ୍ୟା ସ୍ରୋତରେ କାର୍‌ ସହ ଭାସି ଯାଇଛନ୍ତି ୪ ଜଣ।

dagddgzvcv

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଦରଭାରେ ଅଭାବନୀୟ ଘଟଣା ଘଟିଛି। ୩୦ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ସମୟରେ ବନ୍ୟା ସ୍ରୋତରେ କାର୍‌ ସହ ଭାସି ଯାଇଛନ୍ତି ୪ ଜଣ। ମୃତକ ହେଲେ ତାମିଲନାଡ଼ୁର ରାଜେଶ କୁମାର (୪୩), ପତ୍ନୀ ପବିତ୍ରା (୪୦), ଝିଅ ସୌଜନ୍ୟା (୭) ଓ ସୌମ୍ୟା (୩)। ତେବେ କାର ଭିତରୁ ବାହାରି ପହଁରି ପହଁରି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ଡ୍ରାଇଭର। 

ସୂଚନା ମୁତାବକ, ରାଜେଶ କୁମାର ନିଜ ପରିବାର ସହ ଛତିଶଗଡ଼ ବୁଲିବାକୁ ଆସିଥିଲେ। ଦାନ୍ତେୱାଡ଼ାରେ ମା’ ଦନ୍ତେଶ୍ବରୀଙ୍କ ଦର୍ଶନ ସାରି ସଭିଏଁ ଏକ କାର୍‌ ଯୋଗେ (ସିଜି-୦୪ଏନ୍‌ୱାଇ-୩୯୯୯) ତିରୁପତି ଅଭିମୁଖେ ଯାଉଥିଲା। ଜାତୀୟ ରାଜପଥରେ ଦରଭା ପାର ହେଉଥିବା ବେଳେ ଏକ ନାଳ ବ୍ରିଜ୍‌ ଉପରେ ହଠାତ୍‌ ବନ୍ୟା ପାଣି ମାଡ଼ି ଆସିଥିଲା। ଡ୍ରାଇଭର କାର ପାର କରିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଖର ସ୍ରୋତରେ ସମସ୍ତେ ଭାସି ଯାଇଥିଲେ। ଡ୍ରାଇଭର ନିଜ ଜୀବନ ବଞ୍ଚାଇଥିବା ବେଳେ ଓଡ୍ରାଫ୍ ଟିମ୍‌ ଭାସି ଯାଇଥିବା କାରକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପ୍ରୟାସ ଆରମ୍ଭ କରିଥିଲା। ବିଳମ୍ବିତ ରାତିରେ କାର ଠାବ ହୋଇଥିବା ବେଳେ କାର ଭିତରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍‌ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରିଛି।  ମାଲକାନଗିରି ସମେତ ସୀମାନ୍ତ ଛତିଶଗଡ଼ରେ ଗତ ୧୮ ଘଣ୍ଟା ଧରି ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ସୁକମା ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇଛି। ସେହିପରି ଲେହାଣ୍ଡିଗୁଡ଼ା ବ୍ଲକ୍‌ର ମନ୍ଦର ଗାଁର ବଡ଼େ ବାହାର ନାଳରେ ଜଳସ୍ତର ବଢ଼ିଯିବାରୁ ଅନେକ ଘର ପାଣିରେ ବୁଡ଼ି ଯାଇଛି। ସୁକମା ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଜଟିଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe