ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ଓଲଟିଲା ଟ୍ରାକ୍ଟର, ଦେଢ଼ ବର୍ଷର ଶିଶୁ ଓ ମହିଳାଙ୍କ ସମେତ ୪ ମୃତ

Advertisment

୩୦ରୁ ଅଧିକ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

୩୦ରୁ ଅଧିକ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ଓଲଟିଲା ଟ୍ରାକ୍ଟର, ଦେଢ଼ ବର୍ଷର ଶିଶୁ ଓ  ମହିଳାଙ୍କ ସମେତ ୪ ମୃତ

ବାରିପଦା/ସାରସକଣା: ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରୁ ସରସ୍ବତୀ ପୂଜା କାର୍ଯ୍ୟକ୍ରମ ସାରି ଟ୍ରାକ୍ଟରରେ ବାଗବୁଡ଼ା ଫେରୁଥିଲେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ଢିପାସାହି ନିକଟରେ ଓଲଟିଲା ଟ୍ରାକ୍ଟର। ରାସ୍ତାରୁ ପ୍ରାୟ ୧୫ ଫୁଟ ତଳେ ଥିବା ବିଲକୁ ଟ୍ରାକ୍ଟର ଓଲଟିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ନିକଟସ୍ଥ ଶୀର୍ଷା ହସ୍‌ପିଟାଲରେ ଜଣେ ଦେଢ଼ ବର୍ଷର ଶିଶୁ ସମେତ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ମୁରୁଣିଆ ନିକଟସ୍ଥ ଡମଣସାହିକୁ ଢାବୁକ୍‌(ଧୁମ୍‌ସା) ନୃତ୍ୟ କରିବାକୁ ଯାଇଥିଲେ ଏହି ଦଳ।  ସାଂସୃତିକ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ସ୍ଥାନୀୟ ଶୀର୍ଷା ଏବଂ ବାରିପଦାସ୍ଥିତ ପିଆରଏମ ହସ୍‌ପିଟାଲକୁ ପଠାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରାତି ପ୍ରାୟ ୮ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe