ଦୁର୍ଘଟଣାରେ ୪ ମୃତ, ୩ ବର୍ଷର ପୁଅ ସହ ଚାଲିଗଲେ ବାପା

Advertisment
ଗାଡି ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ

ତାଳଚେର/ ରାଣୀତାଲ : ତାଳଚେର କୋଲ୍‌ କରିଡର୍‌ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଶନିବାର ଦିନ ଏକ ଟ୍ରକ୍ ଧକ୍କାରେ ବାପ, ପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ତାଳଚେର ଗୋଡ଼ିବନ୍ଧ ଅଞ୍ଚଳର ମହମ୍ମଦ ଆସିଫ୍‌, ତାଙ୍କ ସାଢ଼େ ୩ ବର୍ଷର ପୁଅ ଏବଂ ଭଣଜା ମହମ୍ମଦ ଫିରୋଜ ଲାଲଙ୍କ ସହ ଏକ ବାଇକ୍‌ (ଓଡି-୧୪ଏ-୫୭୭୪)ରେ ତାଳଚେର ଟାଉନ୍‌ରୁ ମଧ୍ୟାହ୍ନରେ ଘରକୁ ଫେରୁଥିଲେ। ଦ୍ରୁତଗତିରେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍‌ (ଓଡି-୧୯ଜି-୬୯୬୩) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ଭଣଜା ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଅନ୍ୟପକ୍ଷରେ, ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ହାଇଟେକ୍‌ କଲେଜ ପାଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ପରିଚୟ ଜଣାପଡ଼ିନଥିଲା। ତେବେ ଗାଡ଼ି ନମ୍ବରରୁ ସେମାନେ ପଶ୍ଚିମବଙ୍ଗର ବୋଲି ଅନୁମାନ କରି ସେମାନଙ୍କ ବାବଦରେ ତଥ୍ୟ ଯୋଗାଡ଼ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe