ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ: ମହିଳାଙ୍କ ସମେତ ୪ ମୃତ

Advertisment

ବଜ୍ରାଘାତରେ ମଇଁଷି ମୃତ, ଜଗୁଆଳି ଗୁରୁତର

ବଜ୍ରାଘାତରେ ମଇଁଷି ମୃତ, ଜଗୁଆଳି ଗୁରୁତର

କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ଭୁବନେଶ୍ବର/ସାହାଜପାଲ/ବାଲିପାଟଣା: ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ ବଜ୍ରପାତ ସହିତ ମଧ୍ୟମଧରଣର ବର୍ଷା ହୋଇଛି। ବଜ୍ରପାତ କାରଣରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଗୁରୁତର ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗ୍ରାମରେ ଆଜି ଅପରାହ୍ଣ ୧ଟା ୩୦ ମିନିଟରେ ଧାନ ବିଲରେ କାମ କରୁଥିବା ଜଣେ ମହିଳା ବଜ୍ରାଘାତରେ ଗୁରୁତର ଆହତ ହୋଇଥିଲେ। ଗ୍ରାମର କନ୍ଦର୍ପ ପୋଢଙ୍କ ପତ୍ନୀ ପାନେଶ୍ବରୀ ପୋଢ(୪୭) ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ମାତ୍ର ବୌଦ୍ଧ ଜିଲ୍ଲାରେ ସେ ସମୟରେ କୌଣସି ଆମ୍ବୁଲାନ୍ସ୍ ଉପଲବ୍ଧ ନଥିବାରୁ ନିରାଶ ହୋଇ ଏକ ଭଡ଼ା ଅଟୋ ଯୋଗେ ପାନେଶ୍ବରୀଙ୍କୁ ବୌଦ୍ଧ ଡାକ୍ତରଖାନା ଅଣା ଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଠିକ୍ ସମୟରେ ଆମ୍ବୁଲାନ୍ସ ନ ମିଳିବା ଓ ଭଡ଼ା ଅଟୋ ଯୋଗୁଁ ଡାକ୍ତରଖାନା ପହଞ୍ଚିବା ବିଳମ୍ବ ହେବାରୁ ପ୍ରାଣ ଚାଲିଗଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଅରାଙ୍ଗ ଗାଁରେ ବଜ୍ରପାତ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଗାଁରେ ବଜ୍ରପାତରେ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଧୀନ ସାଲେଭଟା ଫାଣ୍ଡିର କୁଟାସିଂହା ଗାଁରେ ଚାଷ ଜମିରେ ଧାନରୁଇବା ସମୟରେ ବଜ୍ରପାତ ହେବାରୁ ସୁରେଶ ପାତ୍ର (୩୪)ଙ୍କର ମୃତ୍ୟୁ ହୋଇଛି।

ଆଜି ଅପରାହ୍ଣ ସାଢ଼େ ୨ଟାରୁ ୪ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରେ ୭୧ ମିଲିମିଟର ବର୍ଷା‌ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଦେଉଳିଧରପୁର ପଞ୍ଚାୟତ ଅଭୟମୁଖି ବେହେରାସାହିର ଭୀମସେନ ବେହେରା (୬୫) ବଜ୍ରାଘାତରେ ଗୁରୁତର ଆହତ ହୋଇଛନ୍ତି। ବଜ୍ରପାତରେ ଏକ ମଇଁଷିର ମୃତ୍ୟୁ ଘଟିଛି। ଆଜି ମଧ୍ୟାହ୍ନରେ ଭୀମସେନ କୁଶଭଦ୍ରା ନଦୀ ପଠା ଦୋବନ୍ଦା ଠାରେ ମଇଁଷି ଚରାଇବା ପାଇଁ ଯାଇଥିଲେ। ଅପରାହ୍ନ ପ୍ରାୟ ୩ରେ ବର୍ଷା ସହିତ ଘଡ଼ଘଡ଼ି ହୋଇଥିଲା। ମଇଁଷିଗୋଠରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଗୋଟିଏ ମଇଁଷିର ମୃତ୍ୟୁ ହେବା ସହ ଭୀମସେନ ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe