ଭିମ୍‌ସାରରେ ଆଖି ବୁଝିଲେ ୪ କରୋନା ଆକ୍ରାନ୍ତ, ପୁଣି ୩ ଜଣ ଡାକ୍ତର ସଂକ୍ରମିତ

Advertisment
ଭିମସାର: ମାସକ ମଧ୍ୟରେ କୋଭିଡ୍‌ରେ ୧୦ ମୃତ୍ୟୁ

vimsar.ac.in

ବୁର୍ଲା : ବୁର୍ଲା ଭିମସାରରେ ବ୍ୟାପିଗଲାଣି କରୋନା ସଂକ୍ରମଣ। ଗୁରୁବାର ଦିନ ପୁଣି ଭିମସାରର ୩ ଜଣ ଡାକ୍ତରଙ୍କ ସମେତ ୩ଜଣ ମେଡ଼ିକାଲ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଗୁରୁବାର ଦିନ ଭିମସାରରେ ୪ ଜଣ  କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣେ କୋଭିଡ୍‌ ପଜିଟିଭ ରୋଗୀ ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଅନ୍ୟ ତିନି ଜଣ ଦ୍ବିତୀୟ କୋଭିଡ୍‌ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ।

ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲରେ ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ଜଣେ ମହିଳା ରୋଗୀ ହୋଇଥିବା ଜଣାପଡ଼ିଛି। ମୃତ ମହିଳା ରୋଗୀ ଜଣକ ସୋନପୁର ଜିଲ୍ଲା ନିବାସୀ ହୋଇଥିବା ବେଳେ ଅନ୍ୟ ୨ ଜଣକ ମଧ୍ୟରେ ଜଣେ ବୌଦ୍ଧ ଓ ଅନ୍ୟ ଜଣେ ସମ୍ବଲପୁର ଜିଲ୍ଲାର ବାସିନ୍ଦା ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଗୁରୁବାର ଦିନ ଡାକ୍ତରଖାନାରେ ୧୧୭ ଜଣ ରୋଗୀଙ୍କ ଆର୍‌ଟିପିସିଆର ଟେଷ୍ଟ ହୋଇଥିବା ବେଳେ ୮ଜଣ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ କୋଭିଡ୍‌ ହସ୍ପିଟାଲରେ ଗୁରୁବାର ଦିନ ରୋଗୀ ସଂଖ୍ୟା ୬୬ ଥିବା ବେଳେ ୭ଜଣ ଆଇସିୟୁରେ ଅଛନ୍ତି। ୧୦ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ୬୬ ଜଣ ରୋଗୀଙ୍କ ମଧ୍ୟରୁ ୩୧ ଜଣ ପୁରୁଷ ଓ ୩୫ ଜଣ ମହିଳା ରୋଗୀ ଅଛନ୍ତି । ପ୍ରଥମ କୋଭିଡ୍‌ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରି ବିଭାଗର ୧୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ଦ୍ଵିତୀୟ କୋଭିଡ୍‌ ହସ୍ପିଟାଲର ଇନ୍‌ଚାର୍ଜ ଡାକ୍ତର ୱାଇ.ପି. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe