ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହେଲେଣି ୪ ଡେଙ୍ଗୁ ରୋଗୀ

Advertisment
ଆଜି ବିଶ୍ବ ମ୍ୟାଲେରିଆ ଦିବସ: ସଂକ୍ରମଣରେ ମାଲକାନଗିରି ସ୍ଥିର, ଉପରକୁ ଉଠିଲା ରାୟଗଡ଼ା

rappler.com

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଆଜିସୁଦ୍ଧା ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ସମସ୍ତ ଆକ୍ରାନ୍ତ ହେଉଛନ୍ତି ରାଉରକେଲା ସହରର। ଗତ ଜାନୁଆରୀ ମାସରେ ଦୁଇ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତ ଜୁନ ମାସ ଓ ଗତକାଲି ଆଉ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସ‌ାରେ, ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଗୋପବନ୍ଧୁପଲ୍ଲୀର ଜଣେ ୫୨ ବର୍ଷୀୟ ପୁରୁଷ। ସେ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଗତ ଗୁରୁବାର ଦିନ ରିପୋର୍ଟ ଆସିଥିଲା। ତେବେ ଗତକାଲି ଡେଙ୍ଗୁ ସଂକ୍ରମିତ ଥିବା ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ)ରେ ପରୀକ୍ଷା କରାଯିବାପରେ ସ୍ପଷ୍ଟ ହୋଇଥିଲା। ପ୍ରାୟ ମାସକ ପୂର୍ବେ, ଅର୍ଥାତ୍‌ ଗତ ଜୁନ୨୭ ତାରିଖରେ ଆଉ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସଂପୃକ୍ତ ଆକ୍ରାନ୍ତ ଯୁବକ(୪୦) ନୂଆଦିଲ୍ଲୀରେ ଚାକିରୀ କରୁଥିବାବେଳେ ଜୁନ ମାସରେ ଘରକୁ ଆସିଥିଲେ। ସେତେବେଳେ ତାଙ୍କର ଲକ୍ଷଣ ଦେଖାଦେବାରୁ ସେ ପରୀକ୍ଷା କରିଥିଲେ, ଏଥିରେ ସେ ଡେଙ୍ଗୁ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାପୂର୍ବରୁ, ଗତ ଜାନୁଆରୀ ମାସରେ ସଂକ୍ରମିତ ହୋଇଥିବା ଦୁଇ ବ୍ୟକ୍ତି ମଧ୍ୟ ସେକ୍ଟର ଅଞ୍ଚଳର। ଅର୍ଥାତ୍‌, ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୩ ଜଣ ଆର୍‌ଏସ୍‌ପି ସେକ୍ଟର ଅଞ୍ଚଳ ଓ ଜଣେ ଆର୍‌ଏମ୍‌ସି ଅଞ୍ଚଳର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe