୪ ଜିଲ୍ଲା କୋର୍ଟ ଡିଜିଟାଇଜେସନ୍ କେନ୍ଦ୍ର ଉଦ୍‌ଘାଟିତ

Advertisment
୪ ଜିଲ୍ଲା କୋର୍ଟ ଡିଜିଟାଇଜେସନ୍ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ବର : କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ୱର ଚାରିଟି ବଡ଼ ଜିଲ୍ଲା କୋର୍ଟରେ ଜିଲ୍ଲା କୋର୍ଟ ଡିଜିଟାଇଜେସନ୍‌ କେନ୍ଦ୍ରକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍‌ ଏସ୍‌. ମୁରଲୀଧର ଭର୍ଚୁଆଲ ମାଧ୍ୟମରେଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ଉଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଚାରିଟି ଜିଲ୍ଲା କୋର୍ଟ ଡିଜିଟାଇଜେସନ୍‌ କେନ୍ଦ୍ର ବିଚାର ସରିଥିବା କେସ୍‌ ରେକର୍ଡଗୁଡ଼ିକର ସ୍କାନିଂ ଏବଂ ଡିଜିଟାଇଜେସନ୍‌ କାର୍ଯ୍ୟ କରିବ।

ଏ ବର୍ଷ ଜାନୁଆରୀ ମାସରେ ମୁଖ୍ୟ ବିଚାରପତି ଯୋଗଦେବା ପରେ କୋର୍ଟ ରେକର୍ଡର ସ୍କାନିଂ ଏବଂ ଡିଜିଟାଇଜେସନ୍‌ ପ୍ରକ୍ରିୟା ନୂତନ ଗତି ପ୍ରାପ୍ତ କରିଥିଲା। ଉଚ୍ଚ ନ୍ୟାୟାଳୟ ପରିସରରେ ବହୁଳ ସଂଖ୍ୟାରେ କୋର୍ଟ ରେକର୍ଡଗୁଡ଼ିକର ସ୍କାନିଂ ଓ ଡିଜିଟାଇଜେସନ୍‌ କାର୍ଯ୍ୟ କରିବା ନିମନ୍ତେ ଡିଜିଟାଇଜେସନ୍‌ ହବ୍‌ ସ୍ଥାପନ କରାଯାଇଥିଲା। ଏହି କ୍ରମରେ ଗତ ଚାରିମାସ ମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୭୧ଲକ୍ଷ ୯୮ ହଜାର ୨୩ ପୃଷ୍ଠା ଏବଂ ୯୩,୦୬୫ଟି କେସ ରେକର୍ଡର ସ୍କାନିଂ କରାଯାଇଛି। ଏଥିସହିତ ଉଚ୍ଚ ନ୍ୟାୟାଳୟରେ ସର୍ବମୋଟ ସ୍କା।ନିଂ ପୃଷ୍ଠା ଓ କେସ୍‌ ରେକର୍ଡ ସଂଖ୍ୟା ଯଥାକ୍ରମେ ୨ କୋଟି ୨୪ ଲକ୍ଷ ୮୬ ହଜାର ୭୧୭ ଏବଂ ୨,୮୯,୨୭୨ରେ ପହଞ୍ଚିଛି ।

ଏହି ଭଳି ପ୍ରକ୍ରିୟା ଜିଲ୍ଲା ଏବଂ ତଳ କୋର୍ଟଗୁଡ଼ିକର କେସ୍‌ ରେକର୍ଡ ଡିଜିଟାଇଜ୍‌ କରାଯିବାର ଆବଶ୍ୟକତା ଅନୁଭବ କରାଯାଇଥିଲା, ଯାହାକି ବହୁଦିନରୁ କାର୍ଯ୍ୟକାରୀ ହେବାକୁ ଥିଲା।

ଉଚ୍ଚ ନ୍ୟାୟାଳୟର କମ୍ପ୍ୟୁଟର କମିଟିର ଅଧ୍ୟକ୍ଷ ମାନ୍ୟବର ବିଚାରପତି ଶତ୍ରୁଘ୍ନ ପୁଜାହାରୀ ଏହି ଡିଜିଟାଇଜେସନ୍‌ ପ୍ରକଳ୍ପ ସଂପର୍କରେ ମନ୍ତବ୍ୟ ଦେବା ସହ ଏହାର ଭବିଷ୍ୟତ ସମ୍ଭାବନା ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଓକାକ୍‌, ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ପରେ ସମ୍ବଲପୁର ଜିଲ୍ଲା ପାଇଁ ପ୍ରଶାସନିକ ବିଚାରପତି ମାନ୍ୟବର ଜଷ୍ଟିସ୍‌ ଡ. ବି.ଆର. ଷଡଙ୍ଗୀଙ୍କ ଉପସ୍ଥିତିରେ ଡ. ଜଷ୍ଟିସ୍‌ ମୁରଲୀଧର ସମ୍ବଲପୁରର ସଂପ୍ରସାରିତ ଅଟ୍ଟାଳିକା, ସିନିଅର ସିଭିଲ୍‌ ଜଜ୍ କୋର୍ଟ(ଏଲ୍‌ଆର୍‌ଏବଂ ଏଲ୍‌ଟିଭି) ଏବଂ ସିନିଅର ସିଭିଲ ଜଜ୍‌ (ବାଣିଜ୍ୟ କୋର୍ଟ) ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe