ଗାଧୋଇବାବେଳେ ବୁଡ଼ିଗଲେ ଚାରି : ଜଣେ ମୃତ, ଜଣେ ନିଖୋଜ; ଦୁଇ ଜଣଙ୍କୁ ଉଦ୍ଧାର

ଛଟ୍‌ ପୂଜାରେ ବୁଡ଼ିଗଲେ ୩୩

Deccan Herald

ଇନ୍ଦୁପୁର : ରଙ୍ଗ ଖେଳ ପରେ ନଦୀରେ ଗାଧୋଇବା ହେଲା କାଳ। ପାଣିରେ ବୁଡ଼ି ଜଣଙ୍କ ଜୀବନ ଯାଇଥିବାବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି। ଆଉ ଦୁଇ ଛାତ୍ର ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକ୍ ଧୂମାତ୍ ଗ୍ରାମରେ ଆଜି ଏଭଳି ଏକ ହୃଦୟବିଦାରକ ଘଟଣା ସ୍ଥାନୀୟ ଲୋକଙ୍କୁ ହତବାକ୍ କରିଦେଇଛି। ମୃତ ଛାତ୍ରଜଣକ ହେଉଛନ୍ତି ଧୂମାତ ଗ୍ରାମର ରମେଶ ଦାସଙ୍କ ପୁଅ ସୌମ୍ୟରଂଜନ(୨୨)। ସେହିପରି ବିଭୂତି ଭୂଷଣ ଦାସଙ୍କ ପୁଅ ସ୍ମୃତିରଂଜନ(୧୩) ନିଖୋଜ ଅଛନ୍ତି। ଅଗ୍ନିଶମବାହିନୀ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିବା ସୂଚନା ମିଳିଛି।

ବୁଧବାର ଇନ୍ଦୁପୁର ହୋଲି ଥିଲା ା ଏମାନେ ସମସ୍ତେ ରଙ୍ଗ ଖେଳି ସାରିବାପରେ ବ୍ରାହ୍ମଣୀ ନଦୀର ଅଳପୁଆ ଘାଟକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ। ସ୍ମୃତିରଞ୍ଜନ, ସୌମ୍ୟରଞ୍ଜନଙ୍କ ସମେତ ଦିବ୍ୟରଞ୍ଜନ ଦାସ( ୧୫) ଓ ଉଦୟ ରଞ୍ଜନ ଦାସ (୩୨) ନଦୀରେ ଗାଧୋଉଥିଲେ। ଉଦୟଙ୍କୁ ଛାଡ଼ିଦେଲେ ଅନ୍ୟ କେହି ପହଁରା ଶିଖି ନ ଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ସ୍ମୃତିରଞ୍ଜନ ଓ ସୌମ୍ୟରଞ୍ଜନ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ଦିବ୍ୟରଞ୍ଜନ ଓ ଉଦୟ ଉଭୟଙ୍କୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଚାଲିଯାଇ ନିଜେ ବୁଡ଼ିଯିବାକୁ ଲାଗିଥିଲେ। ନଦୀକୂଳରେ ଥିବା କିଛିଲୋକ ହୋ-ହାଲ୍ଲା କରିବାରୁ ଆରପଟେ ଥିବା ନାଉରିଆ ଓ ସ୍ଥାନୀୟ ଲୋକେ ଉଦୟ ଓ ଦିବ୍ୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମାତ୍ର ସୌମ୍ୟ, ସ୍ମୃତିଙ୍କୁ ସେମାନେ ପାଇ ନ ଥିଲେ। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ସୌମ୍ୟରଞ୍ଜନଙ୍କ ମୃତଦେହ ଉଦ୍ଧାର କରିଥିଲା। ମାତ୍ର ସ୍ମୃତିରଞ୍ଜନଙ୍କ କୌଣସି ପତ୍ତା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe