ବିଦ୍ୟୁତ୍‌ ଯନ୍ତ୍ରଣା: ଅଟକ ରହିଲେ ୪ ବିଦ୍ୟୁତ୍‌ କର୍ମଚାରୀ

ବିଦ୍ୟୁତ୍‌ ଯନ୍ତ୍ରଣା: ଅଟକ ରହିଲେ ୪ ବିଦ୍ୟୁତ୍‌ କର୍ମଚାରୀ

ଦଶରଥପୁର : ବିଜୁଳି କାଟ୍‌ ପାଇଁ ସୋମବାର ଦିନ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଅସନପୁର ପଞ୍ଚାୟତରେ ଲୋକେ ତାତିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବାରମ୍ବାର ବିଜୁଳି କାଟ୍‌ ହେଉଥିବାରୁ ଲୋକମାନେ ଅତିଷ୍ଠ ହୋଇ ପଞ୍ଚାୟତର କୈଥପଡ଼ିଆଠାରେ ସୋମବାର ଦିନ ରାସ୍ତାରୋକ କରିଛନ୍ତି। ମରାମତି ପାଇଁ ଆସିଥିବା ବିଦ୍ୟୁତ୍‌ ବିଭାଗର ୪ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିବା ଜଣାପଡ଼ିଛି।

ଲୋକମାନଙ୍କ ଅଭିଯୋଗ ଅନୁସାରେ, ରବିବାର ସନ୍ଧ୍ୟାବେଳେ ବର୍ଷାପରେ ଲାଇନ୍‌ କଟିଥିଲା। ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଲାଇନ୍‌ ଆସିନଥିଲା। ଏହି କିଛିଦିନ ହେବ ସକାଳ ୮ଟାରୁ ପ୍ରଚଣ୍ଡ ଖରା ସହ ତାତି ବଢ଼ୁଥିବାରୁ ଲୋକମାନେ ଗରମରେ କଲବଲ ହୋଇଯାଇଥିଲେ। ଘରେ ରହିବା ଆଉ ସମ୍ଭବ ନହେବାରୁ ଲୋକେ ବାହାରକୁ ଚାଲିଆସିଥିଲେ। ଶେଷରେ ତାହା ରାସ୍ତାରୋକର ରୂପ ନେଇଥିଲା। ଛଅଗୋଟି ପଞ୍ଚାୟତର ହଜାର ସଂଖ୍ୟାରେ ଜନସାଧାରଣ ରାସ୍ତାରୋକରେ ସାମିଲ୍‌ ହୋଇଯାଇଥିଲେ।

ଉପଭୋକ୍ତାମାନେ ଏକାଠି ହୋଇ ଦଶରଥପୁର ଉପଖଣ୍ଡ ଅଧିକାରୀଙ୍କୁ ଏ ସଂପର୍କରେ ଲିଖିତ ଅଭିଯୋଗ କରି ପାଞ୍ଚଗୋଟି ଦାବି ଉପସ୍ଥାପନ କରିଥିଲେ। ତୁରନ୍ତ ଏଠାରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ବଦଳି କରାଯାଇ ନୂତନ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି, ସ୍ଥାନୀୟ ଆଞ୍ଚଳିକ ଟିପିଏନ୍‌ଓଡିଏଲ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବଦଳି, ଏଠାରେ ଥିବା କାର୍ଯ୍ୟାଳୟ ଆଧୁନିକୀକରଣ କରାଯାଇ ଏକ କଟ୍‌ପଏଣ୍ଟ ରଖିବା, ଏଠାକାର ଲାଇନ୍‌ମ୍ୟାନଙ୍କୁ ବଦଳି କରିବା ସହ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ କରିବାକୁ ଦାବି କରିଥିଲେ। ଏଥିସହିତ, ବିନା କାରଣରେ ପ୍ରତ୍ୟେକ ଦିନ ୬ ଘଣ୍ଟା ବିଜୁଳି ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe