ନିଆଁ ଲାଗି ପରିବାରର ୪ ସଦସ୍ୟ ଜୀବନ୍ତ ଦଗ୍ଧ

Advertisment
ବ୍ଲକ ଅଧ୍ୟକ୍ଷାଙ୍କ ଜନ କଲ୍ୟାଣ ବୈଠକ ଟେଣ୍ଟ ଜାଳିଦେଲେ ଦୁର୍ବୃତ୍ତ

କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବନାପାଟ ଗାଁ’ରେ ଘଟିଛି ଏକ ଅଭାବନୀୟ କାଣ୍ଡ। ନିଆଁଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ପରିବାରର ୪ ସଦସ୍ୟ। ଏପରି ଏକ ଅଭାବନୀୟ ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବନାପାଟ ଗାଁ ନିଆଁ ଲାଗିଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଫଳରେ ଉତ୍ତ୍ୟକ୍ତ ସ୍ୱାମୀ ଜଣକ ପେଟ୍ରୋଲ ଢ଼ାଳି ପରିବାରର ସଦସ୍ୟଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଫଳରେ ଶାଶୁ, ଶ୍ୱଶୁର ଓ ସ୍ତ୍ରୀ ନିଆଁରେ ପୋଡିହୋଇ ଯାଇଥିଲେ। ଘଟଣାସ୍ଥଳରେ ଶାଶୁ, ଶ୍ୱଶୁର ସମେତ ନିଜେ ସ୍ୱାମୀ ଜଣକ ପୋଡିହୋଇ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ସ୍ତ୍ରୀ ଜଣକ ଏସ୍‌ସିବି ମେଡିକାଲରେ ମୃତ୍ୟୁବରଣ କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe