ବଜ୍ରପାତରେ ୪ ଚାଷୀ ଗୁରୁତର

Advertisment
କ୍ରିକେଟଖେଳ ବେଳେ ବଜ୍ରପାତ, ଯୁବକ ମୃତ

India.com

ବାଲିବୋ : ବଜ୍ରପାତରେ ରବିବାର ଦିନ ଭୁବନ ବ୍ଲକ୍‌ ଏକତାଳୀ ପଞ୍ଚାୟତ ଅନ୍ତର୍ଗତ ଏକତାଳୀ ଗ୍ରାମର ୪ ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ମୂଷା ରାଉତ (୫୮), ହରିହର ମାଝୀ (୭୦), ବିପିନ ପଣ୍ଡା (୫୦) ଓ ପବିତ୍ର ସୁତାର (୫୫)। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ୨ ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରବିବାର ସକାଳେ ଏହି ୪ ଜଣ ଗ୍ରାମର ଅନ୍ୟ ଚାଷୀମାନଙ୍କ ସହିତ ବ୍ରହ୍ମପୁର ମଉଜା ସୋଲାମୁଣ୍ଡା ଅଞ୍ଚଳକୁ ଧାନ କାଟିବାକୁ ଯାଇଥିଲେ। ମଧ୍ୟାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବାରୁ ଜମି ପାଖରେ ଥିବା ଏକ ବରଗଛ ମୂଳରେ କିଛି ଚାଷୀ ଆଶ୍ରୟ ନେଇଥିଲେ। ଏହି ସମୟରେ ସେଠାରେ ବଜ୍ରପାତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe