ହୀରାକୁଦର ୪ଟି ଗେଟ୍ ଖୋଲା

Advertisment
ହୀରାକୁଦର ୪ଟି ଗେଟ୍ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍‌ଣ ୧ଟା ୩୫ରେ ହୀରାକୁଦ ଜଳଭଣ୍ତାରର ୪ଟି ଗେଟ୍ ଖୋଲାଯାଇଛି। ବାମ ପାର୍ଶ୍ବରୁ ୩ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍ ଦେଇ ୫୮,୭୬୦ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି।

ଶନିବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୧, ୧୮,୫୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ସର୍ବମୋଟ ୮୧,୩୪୯ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ପାୱାର ଚାନେଲ ଦେଇ ୧୮,୭୬୨ ଓ କେନାଲଗୁଡ଼ିକରେ ୩୫୫୫ କ୍ୟୁସେକ ଜଳ ଛଡ଼ାଯାଇଥିଲା। ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୨ କ୍ୟୁସେକ ଜଳ ନେଉଥିଲେ। ଜଳଭଣ୍ଡାରର ତଳମୁଣ୍ଡର ପର୍ଥଲାରେ ୩୦,୬୫୧ କ୍ୟୁସେକ, ଖଇରପାଲରେ ୭୬,୦୦୦ କ୍ୟୁସେକ, ବାରମୂଳରେ ୮୨,୫୦୦ କ୍ୟୁସେକ, ମୁଣ୍ଡଲିରେ ୭୬,୨୦୦ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe