ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ବୁଧବାର ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କରିଛନ୍ତି....

Four idols on the bathing altar

Four idols on the bathing altar Photograph: (sambad.in)

ପୁରୀ: ବୁଧବାର ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ  ହୋଇ ଉଠିଛି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କରିଛନ୍ତି ।

ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପରେ ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର ଧାଡି ପହଣ୍ଡିରେ ଆସିଥିଲେ । ବଡ଼ଭାଇଙ୍କ ପରେ ମା’ ସୁଭଦ୍ରାଦେବୀ ଆସି ଚକାରେ ବିଜେ କରିଥିଲେ।  ଶେଷରେ ଧାଡି ପହଣ୍ଡିରେ କୋଟି ଓଡ଼ିଆର ମଉଡମଣୀ ବ୍ରହ୍ମାଣ୍ଡଗୋସାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଚକାରେ ବିଜେ କରିଛନ୍ତି । 

ସୂଚନାଯୋଗ୍ୟ, ଜ୍ୟେଷ୍ଠ ମାସର ପବିତ୍ର ପୁର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୁର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ। ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରିଥାନ୍ତି ମହାବାହୁ। ଧାଡି ପହଣ୍ଡିରେ ବିଜେ କରନ୍ତି ଠାକୁର। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି। ଶେଷରେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି ସମସ୍ତଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତ। ମହାସ୍ନାନ ପରେ ଠାକୁରମାନେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

puri | Puri Jagannath temple | Snan Purnima

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe