ପଢ଼ୁଥିବା ବେଳେ ଅଘଟଣ: ଲଣ୍ଠନ ଫାଟି ପରିବାରର ୪ ଗୁରୁତର

Advertisment
ପଢ଼ୁଥିବା ବେଳେ ଅଘଟଣ: ଲଣ୍ଠନ ଫାଟି ପରିବାରର ୪ ଗୁରୁତର

Pinterest

ତେଲକୋଇ/ରାଇସୁଆ : କେନ୍ଦୁଝରର ତେଲକୋଇ ଥାନା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ବେଳେ ଲଣ୍ଠନ ଜାଳି ପାଠ ପଢ଼ୁଥିବା ବେଳେ ମଙ୍ଗଳବାର ଏକ ବଡ଼ଧରଣର ଅଘଟଣ ଘଟିଛି। ଲଣ୍ଠନ ଫାଟି ଯିବାରୁ ମା, ପୁଅ-ଝିଅ ଏବଂ ଜେ‌ଜେବାପା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସବୁଦିନ ଭଳି ସଂଧ୍ୟା ବେଳେ ବିଦ୍ୟୁତ୍ କାଟ ହୋଇଥିଲା। ଏହି ସମୟରେ ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ଝାଟିକିପଶି ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ପୁଅ ଶମ୍ଭୁନାଥ ମହାନ୍ତ(୧୧) ଓ ୨ ବର୍ଷର ଝିଅ ଗୁଲମଲୀ ମହାନ୍ତ(ପେରୀ) ଲଣ୍ଠନ ଜାଳି ପାଠ ପଢ଼ୁଥିଲେ। ପାଖରେ ବସିଥିଲେ ସେମାନଙ୍କ ଜେଜେବାପା ରଘୁନାଥ ମହାନ୍ତ(୬୦) ଏବଂ ମା’ ନିରୁପମା ମହାନ୍ତ (୨୬)। ସବୁ ଠିକ୍‌ଠାକ୍ ଚାଲିଥିଲା। ମାତ୍ର ହଠାତ୍ କଣ ହେଲା କେଜାଣି ଲଣ୍ଠନ ଧପ୍‌ଧପ୍‌ ହେଇ ଜଳି ଉଠିବା ସହିତ ବିସ୍ଫୋରଣ ହୋଇଥିଲା। ଲଣ୍ଠନ ଫାଟି ନିଆଁ ବିଛାଡ଼ି ହୋଇ ପଡ଼ିବାରୁ ପୁଅଝିଅଙ୍କ ସହିତ ମାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଜେଜେବାପା ରଘୁନାଥ ବି ଏଥିରୁ ବର୍ତ୍ତି ନଥିଲେ। ସେମାନଙ୍କ ଦେହରେ ନିଆଁ ଲାଗିଯିବାରୁ ସେମାନେ ଯନ୍ତ୍ରଣାରେ ଛଟପଟ ହେବା ସହିତ ଚିତ୍କାର କରିଥିଲେ। ପାଖପଡ଼ିଶା ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ଅବସ୍ଥା ଉଦ୍‌ବେଗଜନକ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଖବର ପାଇଁ ବାହାରେ ଥିବା ପୁଅ ମହେନ୍ଦ୍ର ଘରକୁ ଆସିବା ପରେ କଟକ ଅଭିମୁଖେ ଯାତ୍ରା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe