ମୋହନା : ମିନିଟ୍ରକ ପଛକୁ ପିଟିଲା କାର, ୪ ଆହତ

Advertisment
ଅଜଣା ଗାଡ଼ି ଧକ୍କାରେ ବ୍ୟାଙ୍କ୍‌ ମ୍ୟାନେଜର୍‌ ମୃତ

image source--news first

ମୋହନା : ଗଜପତି ଜିଲ୍ଲାର ମୋହନାରେ ସଡ଼କ ଦୁର୍ଘଟଣାରେ ୪ ଆହତ । ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି।

ଗତକାଲି ବିଳମ୍ବିତ ରାତିରେ ଗଜପତି ଜିଲ୍ଲାର ପାଦ୍ରୀମା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁଁ  ମିନିଟ୍ରକ ପଛରେ ଏକ କାର ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ‌ହୋଇଥିବା ଜଣାପଡିିଛି।  ସମସ୍ତ ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ତିନିଦିନ ହେଲା ରାଜ୍ୟରେ ପ୍ରବଳ କୁହୁଡି ଲାଗି ରହିଛି। କୁହୁଡି ଯୋଗୁଁ ରାସ୍ତାର ୧୦୦ ମିଟର ଦୂରରୁ କିଛି ଦେଖାଯାଉନି। ଆଜି ମଧ୍ୟ ରାଜ୍ୟରେ ସମାନ ଅବସ୍ଥା। ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।  ଯାନବାହନ ଚଳାଚଳରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି। ଏପରିକି ଘନ କୁହୁଡି ଯୋଗୁଁ ଅଘଟଣ ଆଶଙ୍କାରେ ରାତ୍ରୀକାଳନୀ ଗାଡିଗୁଡ଼ିକ ରାସ୍ତାକଡ଼ରେ ଅଟକି ରହିଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe