ଟେନିକ୍‌ଏଟ୍‌ ଓଡ଼ିଶା ଟିମ୍‌ରେ ଭଦ୍ରକର ୪ ଖେଳାଳି

Advertisment
ଟେନିକ୍‌ଏଟ୍‌ ଓଡ଼ିଶା ଟିମ୍‌ରେ ଭଦ୍ରକର ୪ ଖେଳାଳି

ଭଦ୍ରକ: ଆସନ୍ତା ୨୭ ତାରିଖରେ ତାମିଲନାଡୁର ଭେଲାମେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟେନିକଏଟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଓଡ଼ିଶା ଦଳରେ ଭଦ୍ରକର ୪ଜଣ ଖେଳାଳୀ ନିର୍ମଳ ସେନ, ଦିବ୍ୟଜ୍ୟୋତି ବେହେରା, ରାଜକିଶୋର ଦାସ ବାଳକ ଦଳରେ ସାମିଲ ହୋଇଥିବା ବେଳେ ବାଳିକା ଦଳରେ ଅଭିଲିପ୍ସା ପୃଷ୍ଟି ସାମିଲ ହୋଇଛନ୍ତି।

ଗୁରୁବାର ଦିନ ଭଦ୍ରକ କଲେଜ ପଡିଆଠାରେ ଭଦ୍ରକ ଜିଲ୍ଲା ଟେନିକଏଟ ସଭାପତି ତଥା ଓଡିଶା ଟେନିକଏଟ ଆସୋସିଏସନର ଅଧ୍ୟକ୍ଷ ଅଧ୍ୟାପକ ଗୋଲକ ନାୟକ, ଉପସଭାପତି ଭବେଶ ଦାସ, ସୁବାସ ଦୀକ୍ଷିତ, ରାଜତିଳକ ସ୍ବାଇଁ, ରାଜେଶ ଦାସ, ସାଧାରଣ ସମ୍ପାଦକ ମନୋଜ ସାହୁ, କୋଷାଧ୍ୟକ୍ଷ ଚନ୍ଦନ ଦେ, ସହ ସମ୍ପାଦିକା ସନ୍ଧ୍ୟାରାଣୀ ପାଣିଗ୍ରାହୀ, ମୋନାଲିସା ରାଉତ ପ୍ରମୁଖ ଯୋଗ ଦେଇ ସେମାନଙ୍କର ସଫଳତା କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe