ଆଇନଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ୪ ବାମପନ୍ଥୀ ଦଳ: କଂ‌ଗ୍ରେସ ବିଧାୟକଙ୍କ ଉପରୁ ନିଲମ୍ବନ ଉଠାଇବାକୁ ଦାବି

Advertisment

ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପରିପ୍ରେକ୍ଷୀରେ ୪ଟି ବାମପନ୍ଥୀ ଦଳର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି। ରଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ସହିତ ସଂସଦୀୟ ଗଣତନ୍ତ୍ରର ସୁରକ୍ଷା...

ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପରିପ୍ରେକ୍ଷୀରେ ୪ଟି ବାମପନ୍ଥୀ ଦଳର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି। ରଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ସହିତ ସଂସଦୀୟ ଗଣତନ୍ତ୍ରର ସୁରକ୍ଷା...

addaa

ଭୁବନେଶ୍ୱର: ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପରିପ୍ରେକ୍ଷୀରେ ୪ଟି ବାମପନ୍ଥୀ ଦଳର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି। ରଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ସହିତ ସଂସଦୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଏମାନେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବାମପନ୍ଥୀ ଦଳ ପକ୍ଷରୁ କୁହାଯାଇଛି ଯେ ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ଅନୁଯାୟୀ, ରାଜ୍ୟରେ ମହିଳା ଓ ଶିଶୁ ନିର୍ଯାତନା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି।

ଅନୁରୂପ ଭାବେ ଚୋରି, ସିନ୍ଧି ଚୋରି, ଡକାୟତି ଓ ସଂଗଠିତ ହତ୍ୟା ଭଳି ଅପରାଧ ନିୟନ୍ତ୍ରଣ ବାହାରକୁ ଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସର ବିଧାୟକମାନେ ବିଧାନସଭାରେ ପ୍ରତିବାଦ କରିବାରୁ ସେମାନଙ୍କୁ ନିଲମ୍ବନ କରାଯିବା ଅସାମ୍ବିଧାନିକ। ଗୃହ କମିଟି ଗଠନ କରଯିବା ସହିତ କଂଗ୍ରେସ ବିଧାୟକଙ୍କ ଉପରୁ ନିଲମ୍ବନ ଉଠାଇବା ପାଇଁ ବାମପନ୍ଥୀ ଦଳମାନେ ଦାବି କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ୍‌) ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା, ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଜୟନ୍ତ ଦାସ, ବଦ୍ରିନାରାୟଣ ଦାଶ, ଲକ୍ଷ୍ମୀ ଦୋରା, ଦିଶା ଆଜାଦ୍ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe