ଖେଳୁଥିଲା ବେଳେ ଫୁଟିଗଲା ବୋମା; ଆହତ ୪ ନାବାଳକ ଡାକ୍ତରଖାନାରେ ଭର୍ତ୍ତି

Advertisment
ଖେଳୁଥିଲା ବେଳେ ଫୁଟିଗଲା ବୋମା; ଆହତ ୪ ନାବାଳକ ଡାକ୍ତରଖାନାରେ ଭର୍ତ୍ତି

ଜଗତସିଂହପୁର ଟାଉନ୍‌: ଘର ପାଖରେ ଖେଳୁଥିଲା ବେଳେ ବାଣ ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ନାବାଳକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ କାହ୍ନା ମହାରାଣା (୧୩), ସାହିଲ ମହରାଣା (୪), ଚୁବୁଲୁ ମହାରଣା (୧୨) ଓ ବଳରାମ ନାୟକ (୧୧ )।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଜଗତସିଂହପୁର ଜିଲ୍ଲା କନକପୁର ଗାଁରେ ଘର ପାଖରେ ଥିବା ଏକ ଖେଳ ପଡ଼ିଆରେ ନାବାଳକମାନେ ଖେଳୁଥିଲେ। ଏହି ଖେଳିବା ସମୟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଜିନିଷ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ଜଣେ ବାଳକୁ ସେଠାକୁ ଯିବା ସମୟରେ ଅନ୍ୟ ୩ ଜଣ ବାଳକ ମଧ୍ୟ ସାମିଲ ହୋଇଥିଲେ। ପିଲାମାନେ ପାଇଥିବା ଜିନିଷ ଏକ ବାଣ ଥିଲା ଏବଂ ଏହା ଅଳ୍ପ ସମୟ ମଧ୍ୟରେ ବିସ୍ଫୋରଣ ଘଟିଥିଲା। ଫଳରେ ୪ ଜଣ ଯାକ ନାବାଳକ ଆହତ ହୋଇ ଯାଇଥିଲେ। ବିସ୍ଫୋରଣର ବାରୁଦ ନିଆଁ ପିଲାମାନଙ୍କର ମୁହଁ, ହାତ, ଗୋଡ, ପେଟ ଆଦି ସ୍ଥାନରେ ଲାଗିଛି।

ତେବେ ପଡ଼ିଆରେ ହଠାତ୍‌ ଏକ ବିସ୍ଫୋରଣ ହେବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। କିନ୍ତୁ ଲୋକମାନେ ଏକତ୍ର ହେବା ବେଳକୁ ୪ ଜଣ ନାବାଳକ ମାଟିରେ ଗୁରୁଣ୍ଡି ଗୁରୁଣ୍ଡି କାନ୍ଦୁଥିଲେ। ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଥିଲା। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତଙ୍କର ଚିକିତ୍ସା ଜାରି ରହିଛି। ଦୁଇ ଜଣ ପିଲା ଅଧିକ ଆହତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe