ହୀରାକୁଦର ଆଉ ୬ଟି ଗେଟ୍ ବନ୍ଦ: ୧୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦର ଆଉ ୬ଟି ଗେଟ୍ ବନ୍ଦ: ୧୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଥିବା ହେତୁ ଆଉ ୬ଟି ଗେଟ୍ ବନ୍ଦ କରାଯାଇଥିବାର ସୂଚନା ମିଳିଛି। ସକାଳେ ୪ଟି ଗେଟ୍ ବନ୍ଦ ହୋଇଥିଲା। ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୧୭ ଫୁଟ ରହିଛି। ଏବେ ହୀରାକୁଦ ଜଳଭଣ୍ଡାରକୁ ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି।

ମୁଣ୍ଡୁଳିରେ ହୀରାକୁଦ ବନ୍ୟା ଜଳ ପହଞ୍ଚିଥିଲେ ବି ଜଳସ୍ତର ବିପଦ ସଂକେତ ତଳେ ରହିଛି। ସକାଳ ୯ଟା ବେଳକୁ ମୁଣ୍ଡୁଳିରେ ୬ଲକ୍ଷ ୭୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେହିପରି ଅନ୍ୟ ନଦୀର ବି ଜଳସ୍ତର ବିପଦ ସଂକେତ ତଳେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe