ଆଜି ଶପଥ ନେବେନି ୪ ରାଜ୍ୟସଭା ସଦସ୍ୟ

Advertisment
ଆଜି ଶପଥ ନେବେନି ୪ ରାଜ୍ୟସଭା ସଦସ୍ୟ

ନୂଆଦିଲ୍ଲୀ : ଆସନ୍ତାକାଲି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବିଜେଡିର ୪ ରାଜ୍ୟସଭା ସଦସ୍ୟ ଶପଥ ଗ୍ରହଣ କରିପାରିବେନାହିଁ। କରୋନାକୁ ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଏବେ ନବନିର୍ବାଚିତ ରାଜ୍ୟସଭା ସଦସ୍ୟମାନେ ଶପଥ ନେବାର ଆବଶ୍ୟକତା ନାହିଁ। ରାଜ୍ୟସଭା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ନୂଆ ସଦସ୍ୟମାନଙ୍କ ଶପଥ ପାଠ ସମ୍ପର୍କିତ ଏକ ଉପଦେଶାବଳୀରେ ଏହି କୁହାଯାଇଛି।

ଏହି ଉପଦେଶାବଳୀରେ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି ଯେ, ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ସ୍ଥିତିରେ ଏବଂ ଲକ୍‌ଡାଉନ୍‌ ଶେଷ ନ ହେବା ଯାଏ ରାଜ୍ୟସଭା ଅଥବା ଏହାର ଅନ୍ତର୍ଗତ କୌଣସି କମିଟି ବସିବାର ସମ୍ଭାବନା କମ୍‌। ତେଣୁ, ଲକ୍‌ଡାଉନ ସମୟସୀମା ଶେଷ ହେବା ପର୍ଯ୍ୟନ୍ତ ଶପଥ ଗ୍ରହଣ ପାଇଁ ନୂତନ ସଦସ୍ୟମାନଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଇଛି। ଅପରପକ୍ଷେ, ରାଜ୍ୟସଭାର ନୂତନ ସଦସ୍ୟଙ୍କ ଶପଥଗ୍ରହଣ ନେଇ ସମ୍ବିଧାନରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ। ଏବେ ବି ସଂସଦର ଅଧିବେଶନ ବନ୍ଦ ରହିଛି। ତେବେ, ନିର୍ବାଚିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ସେମାନେ ସଦସ୍ୟ ଭାବେ ଆବଶ୍ୟକୀୟ ସୁବିଧାସୁଯୋଗ ପାଇପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe