Four people, including a woman, seriously injured in a fox attack Photograph: (sambad.in)
ବାମନାଳ: ନିମାପଡ଼ା ବ୍ଲକ ଅନ୍ତର୍ଗତ ଚଅଁର ପଦା ଗ୍ରାମରେ ବୁଧବାର ମଧ୍ୟାହ୍ନ ସମୟରେ ବିଲୁଆ କାମୁଡ଼ାରେ ଗ୍ରାମର ଜଣେ ମହିଳାଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ବୁଧବାର ମଧ୍ୟାହ୍ନରେ ଜଙ୍ଗଲରୁ ଅଚାନକ ୮ ରୁ ୧୦ବିଲୁଆ ହଠାତ ଗ୍ରାମକୁ ଆସି ଲୋକମାନଙ୍କୁ କାମୁଡ଼ି କ୍ଷତାକ୍ତ କରିଥିଲେ।
ଚଅଁରପଦା ଗ୍ରାମର ଗିରିଧାରୀ ମଲ୍ଲିକ, ଦେବକୀ ମଲ୍ଲିକ, ବିଶ୍ବଜିତ ମଲ୍ଲିକ,ଶୁଭକାନ୍ତ ମଲ୍ଲିକ ବିଲୁଆ ଆକମଣର ଶିକାର ହୋଇ ଚିତ୍କାର କରିଥିଲେ।
ପାଟି ଶୁଣି ଗ୍ରାମବାସୀମାନେ ଏକାଠି ହୋଇ ଠେଙ୍ଗା, ବାଡି ଧରି ହୋହଲ୍କା କରିବାରୁ ସମସ୍ତ ବିଲୁଆ ଗାଁ ଛାଡି ଜଙ୍ଗଲକୁ ପଳାଇଯାଇଥିଲେ। ପରେ ଆହତ ମାନଙ୍କୁ ଚିକିତ୍ସା ପାଇଁ ନିମାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
Follow Us