ପୁଲିସକୁ ଗୋଡ଼ାଇ ପିଟିବା ଘଟଣାରେ ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବୋମା ମାଡ଼ ଘଟଣାରେ ୫ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ସୁଡ୍ରା ସେବାଶ୍ରମର ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ଚାଉଳ ବିକ୍ରି ଓ ମହିଳା ସିସିଏଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିବା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ କିଛି ଲୋକ ଶୁକ୍ରବାର ରାତିରେ ଆଇନକୁ ହାତକୁ ନେଇଥିଲେ। ଆଉ ତାଙ୍କୁ ‌ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏନେଇ କେସ୍ ନମ୍ବର ୧୯୩/୨୩ ଅନୁସାରେ ମାମଲା ରୁଜୁ ସହ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାସହ ୩୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁଦନ ମଲ୍ଲିକ, ବିଭୂତି ମଲ୍ଲିକ, ନାଭିଦୈତ୍ୟ ମଲ୍ଲିକ ଓ ସୁନୀଲ ମଲ୍ଲିକ। ବାରଖମା ଫାଣ୍ଡି ଅଧିକାରୀ ହରିଶଙ୍କର ମାଠିଆ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଦୀର୍ଘଦିନ ହେଲା ପ୍ରଧାନଶିକ୍ଷକଙ୍କ ବିରୋଧରେ ଆସୁଥିବା ଅଭିଯୋଗ ସଂପର୍କରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି।

ସୁଡ଼୍ରା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଛିଦିନ ତଳେ ବିଦ୍ୟାଳୟର ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟର ପଛପାଖ ଗେଟ୍ ନିକଟକୁ ଡାକି ଦୀର୍ଘ ସମୟ ରଖିବା, ବିଭିନ୍ନ ସମୟରେ ମହିଳା ସିସିଏକୁ ଅଶ୍ଳୀଳ ବ୍ୟବହାର କରିବା ଓ ଚାଉଳ ବିକ୍ରି କରିବା ଏବଂ ସ୍କୁଲରେ ପାଠ ନପଢ଼ାଇ ବାଲିଗୁଡ଼ା ଅଫିସ କାମ ବାହାନାରେ ଯାଇ ବୁଲିବା ଅଭିଯୋଗ ହୋଇଥିଲା। ଏହାସତ୍ତ୍ବେ ପ୍ରଧାନଶିକ୍ଷକଙ୍କ ବିରୋଧରେ ପ୍ରଶାସନ କିଛି ପଦକ୍ଷେପ ନ ନେବାରୁ ଶୁକ୍ରବାର ରାତିରେ ସ୍କୁଲ୍ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ସାଧାରଣ ଲୋକ ଆଇନକୁ ହାତକୁ ନେଇ ପ୍ରଧାନଶିକ୍ଷକଙ୍କୁ ଟାଣି ଆଣି ବଜାର ମଧ୍ୟରେ ବୁଲାଇ ମାଡ଼ ମାରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପ୍ରଧାନଶିକ୍ଷକ ଏନେଇ ଥାନାରେ ଏତଲା ଦେଇଥିଲେ। ଆଜି ସନ୍ଧ୍ୟାରେ ସୁଡ୍ରା ଗ୍ରାମରୁ କିଛି ମହିଳା ଓ ପୁରୁଷ ଥାନାକୁ ଆସି ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe