ସୁନାଗହଣା ସହ ବହୁ ଚୋରି ସାମଗ୍ରୀ ଜବତ; ୪ କୁଖ୍ୟାତ ଚୋର ଗିରଫ

Advertisment
ସୁନାଗହଣା ସହ ବହୁ ଚୋରି ସାମଗ୍ରୀ ଜବତ; ୪ କୁଖ୍ୟାତ ଚୋର ଗିରଫ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୁଲିସ କୁଖ୍ୟାତ ଚୋର ଗ୍ୟାଙ୍ଗକୁ ଧରିବା ସହ ଅନେକ ଚୋରି ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ, ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢୁଥିବା ବେଳେ ଲୋକେ ବିଭିନ୍ନ ସାମଗ୍ରୀ ଚୋରି ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ହାଟପଦାପଡ଼ାସ୍ଥିତ ଏକ ଘରୁ ଚୋରମାନେ ନଗଦ ୧୦ ହଜାର ଟଙ୍କା ସହ ସୁନାଗହଣା ଚୋରି କରି ଫେରାର ମାରିଥିଲେ। ପରେ କାଳୀ ମନ୍ଦିରରୁ ମଧ୍ୟ ପୂଜା ସାମଗ୍ରୀ ସହ ଟଙ୍କା ଏବଂ ପିତ୍ତଳ ସାମଗ୍ରୀ ଚୋରି କରିଥିଲେ।

ସେହିପରି ନେହରୁ ନଗର, ପିଡବ୍ଲୁ କଲୋନି, ନୀଳଚକ୍ର ନଗର ଆଦି ଅଞ୍ଚଳରେ ଏହି ଚୋର ଗ୍ୟାଙ୍ଗ ଚୋରି କରିବା ସହ ଅନେକ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଟିଟିଲାଗଡ଼ ପୁଲିସ ପୃଥକ ମାମଲା ରୁଜୁକରି ଏକ ସ୍ୱତନ୍ତ୍ର ଟିମ ଗଠନ କରି ସହରର ବିଭିନ୍ନ ସ୍ଥାନରେ ରହିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ପରେ ଚୋରମାନଙ୍କ ଗତିବିଧିକୁ ଧ୍ୟାନ ଦେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଗ୍ୟାଙ୍ଗର ଗୋରୁବଜାରପଡ଼ାର ଗୋବିନ୍ଦ ଦେୱାର, ସିରଭଟାପଡ଼ାର ବୁଦ୍ଧିଆ ଦେୱାର, ଛତିଶଗଡ଼ ରାଜ୍ୟ ବାଗବାହାରର ମହେଶ୍ୱର ଦେୱାର ଓ କଟକିଆପଡ଼ାର ଆଶିଷ ବର୍ମାଙ୍କୁ ଗିରଫ କରିଥିଲା। ଏହି ଚୋର ଗ୍ୟାଙ୍ଗ ନାମରେ ପୂର୍ବରୁ ଟିଟିଲାଗଡ଼ ଥାନାରେ ଛଅଟି ମାମଲା ଥିବା ବେଳେ ବିଭିନ୍ନ ଚୋରି ଘଟଣାରେ ଜଡ଼ିତ ରହିଛନ୍ତି। ଏନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe