ରାଉରକେଲା: ପଶ୍ଚିମବଙ୍ଗର ଦିନମଜୁରିଆଙ୍କୁ ମାଡ଼ପିଟ କରିବାସହ ଧମକଚମକ ଦେବା ଅଭିଯୋଗରେ ପ୍ଲାଣ୍ଟ୍ସାଇଟ୍ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ନୟାବଜାର ଭବାନୀପୁର ବସ୍ତିର କରଣ କଚ୍ଛପ(୧୯), ମଧୁସୂଦନ ସାଏ(୨୬), ନୟାବଜାର ଉତ୍ତମ ବସ୍ତିର ବିଜୟ ଲାକୁଆ(୨୨) ଓ ବନ୍ଧମୁଣ୍ଡା ବି’ସେକ୍ଟରର ବିକାଶ ମୁଣ୍ଡା(୨୨)। ପୁଲିସ ସୂଚନାଅନୁସାରେ, ଛେଣ୍ଡ୍ କଲୋନିର ଠିକାଦାର ସୁମନ ସିଂହ ପଶ୍ଚିମବଙ୍ଗର ପ୍ରାୟ ୪୦/୫୦ ଜଣ ଶ୍ରମିକଙ୍କୁ ଆଣି ସହରର ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ କରିଥାନ୍ତି।
ନୟାବଜାରର ଏକ ବସ୍ତିରେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା। ଚାରି ଅଭିଯୁକ୍ତ ଉକ୍ତ ବସ୍ତିରେ ପହଞ୍ଚି ତୁରନ୍ତ ସହର ଛାଡ଼ିବାକୁ ଧମକ ଦେଇଥିଲେ। ଏହାସହ କୁଆଡ଼େ ମାଡ଼ପିଟ କରିଥିବା ଠିକାଦାର ଶ୍ରୀ ସିଂହ ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Follow Us