ଛତିଶଗଡ଼-ମଧ୍ୟପ୍ରଦେଶକୁ ଗଂଜେଇ ଚାଲାଣ ବେଳେ ଧରାପଡ଼ିଗଲେ ୨ ଯୋଡ଼ି ପ୍ରେମିକ-ପ୍ରେମିକା, ୪ ଅଭିଯୁକ୍ତ ଗିରଫ

Advertisment
ଛତିଶଗଡ଼-ମଧ୍ୟପ୍ରଦେଶକୁ ଗଂଜେଇ ଚାଲାଣ ବେଳେ ଧରାପଡ଼ିଗଲେ ୨ ଯୋଡ଼ି ପ୍ରେମିକ-ପ୍ରେମିକା, ୪ ଅଭିଯୁକ୍ତ ଗିରଫ

ବୈପାରିଗୁଡା: ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧି ପ୍ରେମିକମାନଙ୍କ ସହିତ ଗଂଜେଇ ଚୋରା ଚାଲାଣ କରୁଥିବା ୨ ଜଣ ପ୍ରେମିକାଙ୍କୁ ପୁଲିସ ପେଟ୍ରୋଲିଂ ସମୟରେ ଗିରଫ କରିଛି। ପୁଲିସ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଗତକାଲି ମଧ୍ୟପ୍ରଦେଶର ରିୱା ଜିଲ୍ଲା ନିବାସୀ ଜଣେ ପୁରୁଷ, ଛତିଶଗଡ଼ର ବସ୍ତର ଜିଲ୍ଲାର ଜଣେ ମହିଳା ଓ ନବରଂଗପୁର ଜିଲ୍ଲାର ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ପୁଲିସ ପେଟ୍ରୋଲିଂ ବେଳେ କୌଣସି ସୂତ୍ରରୁ ଖବର ପାଇଥିଲା ଯେ, କୋରାପୁଟ ଜିଲ୍ଲା ବୈପାରିଗୁଡା ଦେଇ ଗଂଜେଇ ଚୋରା ଚାଲାଣ ହେଉଛି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା। ଗୌଡ଼ଗୁଡ଼ା ଛକରେ ଯାନବାହନ ଚେକିଙ୍ଗ ସମୟରେ ଦୁଇଟି ବାଇକ୍‌ରେ ଦୁଇ ଜଣ ପୁରୁଷ ଏବଂ ୨ ଜଣ ମହିଳା ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଯାଞ୍ଚ୍ କରିଥିଲା। ଯାଞ୍ଚ୍ ବେଳକୁ ସେମାନେ ପରସ୍ପର ସ୍ବାମୀ-ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ। ୨ ‌ଯୋଡ଼ି ପ୍ରେମିକ-ପ୍ରେମିକାଙ୍କ କଥାକୁ ପୁଲିସ ବିଶ୍ବାସ କରି ନଥିଲା। ୨ଟି ବାଇକକୁ ଯାଞ୍ଚ୍ କରିବା ପରେ ତାଙ୍କ ବ୍ୟାଗରୁ ୬୦ କିଲୋଗ୍ରାମ ଗଂଜେଇ ବାହାରିଥିଲା। ସେମାନେ ମାଛକୁଣ୍ଡ ଏରିଆରୁ ଛତିଶଗଡ଼ର ଏବଂ ମଧ୍ୟପ୍ରଦେଶକୁ ଚାଲାଣ କରୁଥିବା ପ୍ରକାଶ କରିଥିଲେ।

ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ଯେ, ଜଣେ ପୁରୁଷ ମଧ୍ୟପ୍ରଦେଶର ରିଓ୍ବା ଜିଲ୍ଲାର ଅଶୋକ ପଟେଲ ଏବଂ ମହିଳା ଜଣକ ଛତିଶଗଡ଼ର ବସ୍ତର ଜିଲ୍ଲାର ଲକ୍ଷ୍ମୀ କଶ୍ୟପ। ଅନ୍ୟ ଦୁଇ ପୁରୁଷ ଓ ମହିଳା ହେଲେ ନବରଙ୍ଗପୁର ଜିଲ୍ଲାର କଡିଙ୍ଗା ଥାନା ଅଞ୍ଚଳର ବନମାଳି ହରିଜନ ଓ କୋଷାଗୁମୁଡା ଥାନା ଅଞ୍ଚଳର ହୀରାମଣି ହରିଜନ। ଏହି ଦୁଇ ଯୋଡ଼ି ନିଜକୁ ସ୍ବାମୀ-ସ୍ତ୍ରୀ ବୋଲି ପରିଚୟ ଦେଇ କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ଗଂଜେଇ ଚାଲାଣ କରୁଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଏସପି ବିରଞ୍ଚିନାରାୟଣ ଜଗତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe