ଅନ୍‌ଲାଇନ୍‌ ଠକେଇ ମାମଲା: ଚନ୍ଦାହାଣ୍ଡିରେ ଠକିଥିଲେ, ରାଉକେଲାରେ ବନ୍ଧାହେଲେ ୪ ବିହାରୀ ଯୁବକ

Advertisment
ଅନ୍‌ଲାଇନ୍‌ ଠକେଇ ମାମଲା: ଚନ୍ଦାହାଣ୍ଡିରେ ଠକିଥିଲେ, ରାଉକେଲାରେ ବନ୍ଧାହେଲେ ୪ ବିହାରୀ ଯୁବକ

CSO Online

ଚନ୍ଦାହାଣ୍ଡି: ଅନ୍‌ଲାଇନ୍‌ରେ ଠକେଇ ମାମଲା ମହଙ୍ଗା ପଡ଼ିଛି। ରାଉରକେଲାରୁ ୪ ବିହାରୀ ଯୁବକଙ୍କୁ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ଖଗାରିୟା ଜିଲ୍ଲାର ଗୁଲସନ କୁମାର, ସନୋଜ ପାସୱାନ ପାସଓ୍ବାନ, ଧୀରଜ କୁମାର ପାସଓ୍ବାନ ଏବଂ ମୋହନ କୁମାର ପାସଓ୍ବାନ।

ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବୋରିଗୁଡା ଗ୍ରାମର ନିଜାମ ଖାଁ ଙ୍କୁ ଗତ ୨୮ ତାରିଖ ସକାଳ ୧୦ ଟା ସମୟରେ ତାଙ୍କ ମୋବାଇଲ ନମ୍ବରକୁ ଏକ ଅଚିହ୍ନା ବ୍ୟକ୍ତି ଫୋନ୍‌ କରିଥିଲେ। ତୁମ ନାମରେ ୨,୮୦,୦୦୦ ଟଙ୍କା ପୁରଷ୍କାର ଆସିଛି ବୋଲି କହିଥିଲେ। ତୁମେ ୩୫୦୦ ଟଙ୍କା ଦିଅ ବୋଲି କହିବାରୁ ତାଙ୍କ ଗୁଗଲ ପେ’କୁ ସେ ୩୫୦୦ ଟଙ୍କା ପଠେଇଦେଇଥିଲେ। ଏହାପରେ ପୁଣି ୯୮୦୦ ଟଙ୍କା ମାଗିଥିଲେ। ଏହିଭଳି ସାତଟି ଟ୍ରାନ୍‌ଜେକସନରେ ୭୦,୩୦୦ ଟଙ୍କା ନିଜାମ ପୈଠ କରିଥିଲେ। କିନ୍ତୁ ତାଙ୍କୁ ପୁରଷ୍କାର ମିଳିଲା ନାହିଁ କିମ୍ବା ସେହି ଠକମାନେ ଆଉ ଫୋନ ରିସିଭ କରିନଥିଲେ।

ଏହାପରେ ନିଜାମ ଗତ ୨୯ ତାରିଖରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି  ପୁଲିସ ଏକ ମାମଲା ରୁଜୁ କରିଥିଲଶ। ଆଇଆଇସି ପ୍ରଶାନ୍ତ କୁମାର କୋହ୍ଲାରସ ଏହାର ତଦନ୍ତ ଆରମ୍ଭ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ରାଉରକେଲା ଯାଇ ବିହାର ଅଂଚଳର ୪ ଜଣ ଯୁବକଙ୍କୁ ଚନ୍ଦାହାଣ୍ଡ ଥାନା ଆଣି ପଚରାଉଚରା କରିଥିଲେ। ପଚାରଉଚରା ସମୟରେ ଜଣାପଡ଼ିଥିଲା ଯେ, ୪ ଅଭିଯୁକ୍ତମାନେ ଠକେଇ ମାମଲାରେ ସମ୍ପୃକ୍ତ ଥିଲେ। ଆଜି ସମସ୍ତ ୪ ଜଣ ଯୁବକଙ୍କୁ ସ୍ଥାନୀୟ ପ୍ରଥମ ଶ୍ରେଣୀ ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଂଜୁର ହେବା ପରେ ସେମାନଙ୍କୁ ଜେଲ ହାଜତକୁ ପଠେଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe