ଭୁବନେଶ୍ବର ଆଇଆରସି ଭିଲେଜ ବିଲ୍ଡର ହତ୍ୟା ମାମଲା: ୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଭୁବନେଶ୍ବର: ଏକ ହତ୍ୟା ମାମଲାର ବିଚାର କରି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୈରା ଜଜ-୩ ଆଜି ୪ ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଅତିରିକ୍ତ ଦୌରାଜଜ ଆଇଆରସି ଭିଲେଜ୍ ନିକଟରେ କଳିଙ୍ଗ ପୁତ୍ରର ବିଲ୍ଡର କୃଷ୍ଣଚନ୍ଦ୍ର ନାୟକ ହତ୍ୟା ମାମଲାରେ ଅଭିଯୁକ୍ତ ତାରିଣୀ ପଟ୍ଟନାୟକ, ସୁରଜ୍ ଶର୍ମା, ରାଜେଶ ବାରିକ ଓ ସନ୍ତୋଷ ପଢିଆରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୩ ଅଗଷ୍ଟ ୧୨ ତାରିଖରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜ୍ ନିକଟରେ କଳିଙ୍ଗ ପୁତ୍ରର ବିଲ୍ଡର କୃଷ୍ଣଚନ୍ଦ୍ର ନାୟକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି। ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୈରା ଜଜ-୩  ହତ୍ୟାକାରୀ ତାରିଣୀ ପଟ୍ଟନାୟକ, ସୁରଜ୍ ଶର୍ମା, ରାଜେଶ ବାରିକ ଓ ସନ୍ତୋଷ ପଢିଆରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଘଟଣା ଦିନ କୃଷ୍ଣଚନ୍ଦ୍ର ନାୟକଙ୍କୁ ଦିନ ୧୦ଟାରେ ଗୁଳିକରି ହତ୍ୟା କରାଯାଇଥିଲା। ପୀଡିତ ପରିବାରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିଲେ ପିପି ସରୋଜ ଚନ୍ଦ୍ର ସାମନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe