ବଧୂହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଯାଜପୁର: ମୃତ୍ୟୁକାଳୀନ ଜମାନ ବନ୍ଦୀ କାଳ ହେଲା, ଯାହାକି ଏକ ବଧୂହତ୍ୟା ମାମଲାରେ ମୃତକଙ୍କ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଯାଜପୁର ମାନ୍ୟବର ଜିଲ୍ଲା ଦେରାଜଜ୍‌ ଶ୍ରୀକାନ୍ତ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ଅନୁସାରେ ମାହାଙ୍ଗା ଥାନା ମଣ୍ଡା ଗ୍ରାମର ବାବାଜୀ ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଜେନାପୁର ଥାନା ଦଣ୍ଡାଘାଟି ଗ୍ରାମର ବୀରବର ପଣ୍ଡାଙ୍କ ପୁଅ ଚକ୍ରଧର ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ଯ ଶାଶୂଘର ଲୋକ ଝିଅକୁ ର୍ନିଯ୍ୟାତନା ଦେଉଥିବା ବେଳେ ଆପୋସ ବୁଝାବଣାରେ ତାହାର ସମାଧାନ ହେଉଥିଲା।

ତେବେ ୨୦୧୪ ଫେବ୍ରୁଆରି ୨୯ ତାରିଖରେ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର, ଦିଅର ଅମୀ, ଶାଶୁ ତନୁଲତା ଓ ଶ୍ୱଶୁର ବୀରବର କିରୋସିନ ଢ଼ାଳି ହତ୍ୟା ଉଦ୍ୟମ କରିଥିଲେ। ପରେ କୌଣସି ମତେ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର ପାଇ ଲକ୍ଷ୍ମୀପ୍ରିୟା କଟକ ବଡମେଡିକାଲରେ ଚିକିତ୍ସିତ ହୋଇଥିଲେ।

ଏହି ସମୟରେ କଟକ ପୁଲିସ ଏସପି ତଥା ଏକ୍ସ୍ୟୁଟିଭ୍‌ ମାଜିଷ୍ଟେଟ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ରେକର୍ଡ କରିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ମୃତକଙ୍କ ମାଆ କମଳା ପଣ୍ଡା ଜେନାପୁର ଥାନାରେ ଅଭିଯୋଗ ପରେ ପୁଲିସ କେସ ନଂ ୩୭/୨.୩.୨୦୧୪ରେ ମାମଲା ରୁଜୁ କରି ସ୍ୱାମୀ, ଦିଅର, ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ।

ତେବେ ଆଜି ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଦେରାଜଜ ଶ୍ରୀକାନ୍ତ ମିଶ୍ର ସମସ୍ତ ଅସାମୀ ୪ ଜଣଙ୍କୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରୋସିକ୍ୟୁଟର ଗଦାଧର ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe