ବାହାଭୋଜି ବେଳେ ଅଘଟଣ: ଗ୍ୟାସ୍‌ ପାଇପ ବିସ୍ଫୋରଣରେ ୪ ଶ୍ରମିକ ଗୁରୁତର

Advertisment

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରସ୍ଥିତ ଏକ ବିବାହ ମଣ୍ଡପରେ ଗ୍ୟାସ୍‌ ପାଇପ୍‌ ଫାଟି ଅଘଟଣ ଘଟିଛି। ଏଥିରେ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରସ୍ଥିତ ଏକ ବିବାହ ମଣ୍ଡପରେ ଗ୍ୟାସ୍‌ ପାଇପ୍‌ ଫାଟି ଅଘଟଣ ଘଟିଛି। ଏଥିରେ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

titlagarh gas pipe

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରସ୍ଥିତ ଏକ ବିବାହ ମଣ୍ଡପରେ ଗ୍ୟାସ୍‌ ପାଇପ୍‌ ଫାଟି ଅଘଟଣ ଘଟିଛି। ଏଥିରେ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ ମଙ୍ଗଲମ୍‌ ମ୍ୟାରେଜ୍‌ ପେଲେସ୍‌ରେ ଆଜି ବାହା ଘର ପାଇଁ ପ୍ରସ୍ତୁତି ଚାଲିଥିଲା। ଅତିଥିମାନଙ୍କ ପାଇଁ ଭୋଜି ରନ୍ଧା ଚାଲିଥିଲା। ତେବେ ଏହି ସମୟରେ ଗ୍ୟାସ୍‌ ପାଇପ ଫାଟି ଥିଲା। ଏଥିରେ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନଙ୍କୁ ଉଦ୍ଧାର କରି ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା।

୪ ଜଣ ଶ୍ରମିକଙ୍କୁ ଭିତରୁ ଜଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବାହାର ରାଜ୍ୟର ଏକ ଘୋରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟମାନେ ଏବେ ବି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୌଭାଗ୍ୟ ବଶତଃ ବିବାହ ସମୟରେ ଏହି ଅଘଟଣ ଘଟି ନଥିଲା। ଯଦି ଭିଡ଼ ସମୟରେ ଗ୍ୟାସ୍‌ ପାଇପ୍‌ ବିସ୍ଫୋରଣ ହୋଇଥାନ୍ତା, ଅଧିକ କ୍ଷୟକ୍ଷତି ହୋଇଥାନ୍ତା ନେଇ ଆଶଙ୍କା ସୃଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe