ନିଆଁରେ ଖେଳିବା ପଡ଼ିଲା ମହଙ୍ଗା, ପୋଡ଼ି ଯାଇ ୪ ଗୁରୁତର

Advertisment
ନିଆଁରେ ଖେଳିବା ପଡ଼ିଲା ମହଙ୍ଗା, ପୋଡ଼ି ଯାଇ ୪ ଗୁରୁତର

କବିସୂର୍ଯ୍ୟନଗର: ବାହାଘର ଶୋଭାଯାତ୍ରାରେ ମତୁଆଲା ହୋଇ ନିଆଁରେ ଖେଳିବା ମହଙ୍ଗା ପଡ଼ିଛି। ନିଆଁରେ ପୋଡ଼ି ହୋଇ ଜଣେ ଶିଶୁ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ ମାଗୁରପୁଞ୍ଜା ଗ୍ରାମରେ। ଗ୍ରାମରେ ଗତ ସୋମବାର ଏକ ବାହାଘର ଶୋଭାଯାତ୍ରାରେ ଡିଜେ ସାଉଣ୍ଡରେ ଦାଣ୍ଡ ଫାଟି ପଡ଼ୁଥିଲା। ଡିଜେର ତାଳେ ତାଳେ ଯୁବକମାନେ ନାଚୁଥିଲେ। ଠିକ୍ ଏହି ସମୟରେ ଜଣେ ଯୁବକ ପାଟିରେ ପେଟ୍ରୋଲ୍ ପୁରାଇ ନିଆଁକୁ ଫୁଙ୍କିବା ବେଳେ ପେଟ୍ରୋଲ୍ ଛିଟ୍‌କି ପାଖରେ ଥିବା ଅନ୍ୟ ଲୋକଙ୍କ ଉପରେ ପଡ଼ିବା ସହ ନିଆଁ ଲାଗିଯାଇଥିଲା।

ତେବେ ଏଥିରେ ୪ ଜଣ ଗୁରୁତର ହୋଇଥିବାବେଳେ ସେମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୮ ବର୍ଷର ଜଣେ ଶିଶୁ ରହିଛି। ତେବେ ଏ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଘଟଣା ସାମ୍‌ନାକୁ ଆସିଛି। ଘଟଣା ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe