ବାଣ ଦୋକାନରେ ବିସ୍ଫୋରଣ, ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ

Advertisment
ବାଣ ଦୋକାନରେ ବିସ୍ଫୋରଣ, ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ସୁଆଁଳ ଗାଁରେ ଥିବା ଏକ ବାଣ ଦୋକାନରେ ବିସ୍ଫୋରଣ ଘଟି ନାବାଳିକ ଓ ନାବାଳିକାଙ୍କ ସହ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା। ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ଗୁରୁତରମାନେ ହେଲେ ବଡ଼ସୁଆଁଳ ଗାଁର ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ ଏବଂ ତାଙ୍କର ୯ ବର୍ଷର ଶିଶୁପୁତ୍ର ପ୍ରତିକ ନାୟକ ଏବଂ ଅନ୍ୟ ଜଣେ ୧୧ ବର୍ଷର ଝିଅ ଅନ୍ୱେଷା ପାଲ ରହିଛନ୍ତି। ଗୁରୁତରଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ବଡ଼ସୁଆଁଳ ଗାଁର ଦୋକାନରେ ବାଣ ବିକ୍ରି କରୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ଘଟିଥିଲା। ବାଣ କିଣିବାକୁ ଆସିଥିବା ଗ୍ରାହକମାନେ ଗୁରୁତର ହୋଇଛନ୍ତି।  ପ୍ରାୟ ୧୨ ଜଣ ଗ୍ରାହକ ଛିଡା ହୋଇ ବାଣ କିଣୁଥିବା ବେଳେ ଏ ବଡ଼ ଧରଣର ଅଘଟଣ ଘଟିଛି। ଜୋରରେ ଆବାଜ ହେବା ଯୋଗୁଁ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe