ବିଜେବି କଲେଜରେ ଗଣ୍ଡଗୋଳ ଘଟଣା: ୨ ନାବାଳକ ସମେତ ୪ ଛାତ୍ର ଥାନାରେ ଅଟକ

Advertisment
ବିଜେବି କଲେଜରେ ଗଣ୍ଡଗୋଳ ଘଟଣା: ୨ ନାବାଳକ ସମେତ ୪ ଛାତ୍ର ଥାନାରେ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଆଜି ଦେଖାଯାଇଥିବା ଗଣ୍ଡଗୋଳ ଘଟଣାରେ ବରଗଡ଼ ପୁଲିସ ୪ ଜଣ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ୨ ଜଣ ସାବାଳକ ଓ ଅନ୍ୟ ୨ ଜଣ ନାବାଳକ ଥିବା ଜଣାଯାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିଲା ବୋଲି ପୁଲିସ କହିଛି। ଦ୍ୱିତୀୟ ବର୍ଷର ଛାତ୍ରମାନେ ପ୍ରଥମ ଶ୍ରେଣୀ ଛାତ୍ରକୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଫଳରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଗୁରୁତର ହୋଇଥିଲେ। ଛାତ୍ରଛାତ୍ରୀଙ୍କ ପରିବାର ଲୋକେ ଏନେଇ ବଡଗଡ଼ ଥାନାରେ ଅଭିଯୋଗ କରିଥିଲେ। ମାଡ଼ ମାରିବା ବେଳର ଭିଜୁଆଲ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe