ମୋ ସରକାର ୫-ଟି ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ: ଲାଞ୍ଚ ନେଇ ୪ ପୁଲିସ ବାବୁ ନିଲମ୍ବିତ

Advertisment
ବୁଢ଼ାବୁଢ଼ୀଙ୍କ ଭତ୍ତାଟଙ୍କା ଖାଇ ୫ ନିଲମ୍ବିତ

Kashmir Observer

ଭବାନୀପାଟଣା/ ଜୟପାଟଣା: ରାଜ୍ୟ ସରକାରଙ୍କ ମୋ ସରକାର ୫-ଟି ପକ୍ଷରୁ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ଜୟପାଟଣା ଥାନାର ୪ ପୁଲିସ କର୍ମଚାରୀ ମାମଲାକୁ ରଫାଦଫା ପାଇଁ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତଗର୍ଗତ କପୁରମାଲ ଗାଁର ଘାସିରାମ ନାଗ ଏକ ଜମିଜମା ମାମଲାର ରଫାଦଫା ପାଇଁ ପୁଲିସ ଏଏସଆଇ ସନ୍ତୋଷ ସାହୁ ୧୫ ଶହ ଟଙ୍କା, କନ୍‌ଷ୍ଟେବଲ ସୂର୍ଯ୍ୟ ନାରାୟଣ ମିଶ୍ର ଓ ହେମନ୍ତ ବାଗ ୧ ହଜାର ଟଙ୍କା ଏବଂ ଓଏପିଏଫ ଦେବରାଜ ନାଏକ ୫ଶହ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମୋ ସରକାର ୫ଟିଠାରେ ଅଭିଯୋଗ କରାଯାଇଥିଲା। ଘଟଣାର ତଦନ୍ତ ପରେ ଗତକାଲି ୪ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe