Odisha-Police
ଭୁବନେଶ୍ବର : ରାଜ୍ୟର ୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ଡିଜି ପାହ୍ୟାକୁ ପଦାନ୍ନତି ହୋଇଛି। ସେମାନେ ହେଲେ ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରଣବିନ୍ଦୁ ଆଚାର୍ଯ୍ୟ, ସିଦ୍ଧାର୍ଥ ମହଦୁ ନରବାଣେ, ଅମ୍ରିତ ମୋହନ ପ୍ରସାଦ ଏବଂ ବି ରାଧିକା। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ୪ ଅଧିକାରୀଙ୍କ ପଦୋନ୍ନତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ଓଡ଼ିଶା କ୍ୟାଡର୍ର ପ୍ରଥମ ମହିଳା ଆଇପିଏସ୍ ଭାବେ ବି ରାଧିକା ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ପୂର୍ବର କୌଣସି ମହିଳା ଆଇପିଏସ୍ ଡିଜି ପାହ୍ୟାକୁ ପଦୋନ୍ନତି ପାଇନଥିଲେ। ତେବେ ବର୍ତ୍ତମାନ ଅତିରିକ୍ତ ଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ରାଜ୍ୟ ମାନବାଧିକାର କମିସନର ନିର୍ଦ୍ଦେଶକ(ତଦନ୍ତ) ଦାୟିତ୍ବରେ ଥିବା ବେଳେ ଅତିରିକ୍ତ ଡିଜି ସିଦ୍ଧାର୍ଥ ମହଦୁ ନରବାଣେ ମାନବାଧିକାର ସୁରକ୍ଷା ସେଲ୍ ଦାୟିତ୍ବରେ ଅଛନ୍ତି। ସେହିପରି ଅମ୍ରିତ ମୋହନ ପ୍ରସାଦ ଏବଂ ଶ୍ରୀମତୀ ରାଧିକା ଏବେ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି।
ସୂଚନାଯୋଗ୍ୟ ଯେ ୧୯୮୭ ବ୍ୟାଚ୍ ଆଇପିଏସ୍ ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ବାଦ୍ ଦେଲେ ରାଜ୍ୟରେ ୧୯୮୮ ବ୍ୟାଚ୍ର ବରିଷ୍ଠ ପୁଲିସ ଅଧିକାରୀ ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟ ଓ ଅରୁଣ କୁମାର ରାୟ ଏହି ତିନିଜଣ ଡିଜି ପାହ୍ୟାର ଅଧିକାରୀ।
Follow Us