ମହୁମାଛି ଆକ୍ରମଣରେ ୪ ଗୁରୁତର

ମହୁମାଛି ଆକ୍ରମଣରେ ୩ ଆହତ

bloemfonteincourant.co.za

ନଠୁଆବର : ରସୁଲପୁର ବ୍ଲକ ଭୋଟକା ପଞ୍ଚାୟତ ବଡରବ୍ଦେଇ ଗ୍ରାମରେ ମହୁମାଛି ଆତଙ୍କ ଖେଳି ଯାଇଛି। ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନଡିଆଗଛରେ ବାଘୁଆ ମହୁମାଛି ବସା ବାନ୍ଧିଥିଲା। ପୂର୍ଣ୍ଣ ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହୋଇ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ପାଟି ଶୁଣି ପଡ଼ୋଶୀ ସାଗର ନାୟକ(୨୫), କାଞ୍ଚନ ନାୟକ(୫୫), ଜଗଦ୍ଧାତ୍ରୀ ନାୟକ(୨୩) ସେଠାରେ ପହଞ୍ଚିବାରୁ ସେମାନଙ୍କୁ ମଧ୍ୟ ମହୁମାଛି ଦଳ ଗୋଡ଼ାଇ ବିନ୍ଧିଥିଲେ। ଏଥିରେ ସେମାନେ ଅସୁସ୍ଥ ହୋଇଛନ୍ତି।

ପରିବାର ଲୋକେ ସେମାନଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଘରକୁ ଆସିଥିଲେ। ଘରକୁ ଫେରିବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ସେମାନଙ୍କୁ ପୁଣିଥରେ ଡାକ୍ତରଖାନାକୁ ନିଆଯାଇଛି। ଏହିଭଳି ଅସୁସ୍ଥତା ଦିନେ/ଦୁଇଦିନ ଲାଗି ରହିବ। ଏଥିରେ ବ୍ୟସ୍ତ ନହୋଇ ଡାକ୍ତରୀ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe