‘କନକ ନ୍ୟୁଜ୍‌ ଡିଜିଟାଲ୍‌’ରେ ୪ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ: ଲୋକଙ୍କ ସହ ଯୋଡ଼ି ହେବାକୁ ନିଆରା ପ୍ରୟାସ

Advertisment

ଲୋକପ୍ରିୟ ବୈଦ୍ୟୁତିକ ଗଣମାଧ୍ୟମ ‘କନକ ନ୍ୟୁଜ୍‌ ଡିଜିଟାଲ୍‌’ ପକ୍ଷରୁ ଆଜି ହେରାପଞ୍ଚମୀ ଅବସରରେ ୪ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସମ୍ବାଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବାଦ, କନକ ନ୍ୟୁଜ୍‌ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଥିଲେ।

ଲୋକପ୍ରିୟ ବୈଦ୍ୟୁତିକ ଗଣମାଧ୍ୟମ ‘କନକ ନ୍ୟୁଜ୍‌ ଡିଜିଟାଲ୍‌’ ପକ୍ଷରୁ ଆଜି ହେରାପଞ୍ଚମୀ ଅବସରରେ ୪ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସମ୍ବାଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବାଦ, କନକ ନ୍ୟୁଜ୍‌ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଥିଲେ।

dsdgddgd

ଭୁବନେଶ୍ବର: ଲୋକପ୍ରିୟ ବୈଦ୍ୟୁତିକ ଗଣମାଧ୍ୟମ ‘କନକ ନ୍ୟୁଜ୍‌ ଡିଜିଟାଲ୍‌’ ପକ୍ଷରୁ ଆଜି ହେରାପଞ୍ଚମୀ ଅବସରରେ ୪ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସମ୍ବାଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବାଦ, କନକ ନ୍ୟୁଜ୍‌ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ‘ଏହି ଘଣ୍ଟାର ୧୦ ବଡ଼ ଖବର’, ‘କାର୍ଟୁନ୍‌ କଥା’, ‘ମୋ ଜଗା ଏମିତି, କାହା ପାଇଁ କେମିତି’, ‘ଜଗନ୍ନାଥଙ୍କ ଚିତ୍ର ପଠାନ୍ତୁ’ ଏହିଭଳି ୪ଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 

ଦର୍ଶକଙ୍କ ନିକଟରେ ପ୍ରତି ମୁହୂର୍ତ୍ତର ଟିକିନିଖି ଖବର ପହଞ୍ଚାଇବା ସଦାସର୍ବଦା କନକ ନ୍ୟୁଜ୍‌ର ପ୍ରାଥମିକତା ରହିଆସିଛି। ଏହିକ୍ରମରେ ପୁଣି ଏକ ପ୍ରୟାସ ଆରମ୍ଭ କରିଛି କନକ ନ୍ୟୁଜ୍‌ ଡିଜିଟାଲ।  ଏହି ଅବସରରେ ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, ଖବର ସହ ଲୋକଙ୍କୁ ଯୋଡ଼ି ରଖିବାକୁ ସବୁବେଳେ ‘କନକ ନ୍ୟୁଜ୍‌ ଡିଜିଟାଲ୍‌’ ଚେଷ୍ଟା ଜାରି ରଖିଛି। ଏହି ଧାରାକୁ ବଜାୟ ରଖି ଆମେ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଆଗକୁ ମଧ୍ୟ ଦର୍ଶକଙ୍କ ଆଗ୍ରହକୁ ଦେଖି ନୂଆନୂଆ ବିଷୟବସ୍ତୁକୁ ନେଇ ଆମେ ଲୋକଙ୍କ ନିକଟତର ହେବୁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଫିଚର ସଂପାଦକ ଧ୍ରୁତିକାମ ମହାନ୍ତି, ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, କନକ ନ୍ୟୁଜ୍‌ ଆଉଟ୍‌ପୁଟ୍‌ ମୁଖ୍ୟ ସୁଶୀଲ ଦାସ, ଇନ୍‌ପୁଟ ମୁଖ୍ୟ ଶ୍ରୀଧର ନାୟକ ଓ କନକ ଡିଜିଟାଲ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe