ଶ୍ରୀମନ୍ଦିରରେ ଠେଲାପେଲା, ୪ ଛାତ୍ରୀ ଅଣନିଃଶ୍ବାସୀ: ନାଟମଣ୍ଡପ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଜରୁରୀ

Advertisment

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଅଘଟଣ ଦେଖିବାକୁ ମିଳିଛି। ସୋମବାର ଶ୍ରୀମନ୍ଦିର ନାଟମଣ୍ଡପ ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇ ୪ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଅଘଟଣ ଦେଖିବାକୁ ମିଳିଛି। ସୋମବାର ଶ୍ରୀମନ୍ଦିର ନାଟମଣ୍ଡପ ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇ ୪ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ffssfsf

ପୁରୀ: ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଅଘଟଣ ଦେଖିବାକୁ ମିଳିଛି। ସୋମବାର ଶ୍ରୀମନ୍ଦିର ନାଟମଣ୍ଡପ ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇ ୪ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି। ୪ ଛାତ୍ରୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ କାଦବରାଙ୍ଗ ଗ୍ରାମର ମାମୁନି ଜେନା(୧୫), ଏଲିନା ବିଶ୍ବାଳ(୧୫), ଚିନ୍ମୟୀ ରାଉତ(୧୫) ଓ ମଧୁସ୍ମିତା ପାଣି(୧୫)। ଏମାନେ ଯୋଗେନ୍ଦ୍ର ରାଉତ ନାମକ ବ୍ୟକ୍ତିଙ୍କ ସହ ଶ୍ରୀମନ୍ଦିର ଆସିଥିଲେ।

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଏବେଠୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଲାଣି। ଆଜି ଦର୍ଶନ ଚାଲିଥିବାବେଳେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଠେଲାପେଲା ହୋଇଥିଲା। ଏହି ଭିଡ଼ରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିବା ଭଦ୍ରକର ଛାତ୍ରଛାତ୍ରୀଙ୍କ ଭିତରୁ ୪ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ନାଟମଣ୍ଡପ ବାହାରକୁ ଆଣିବା ବେଳେ ଘଣ୍ଟିଦ୍ବାର ପାଖରେ ସେମାନେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏସ୍‌ପି ବିନୀତ ଅଗ୍ରୱାଲ୍ କହିଛନ୍ତି, ଭିଡ଼ ଉପରେ ନଜର ରଖାଯାଇଛି। ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଜାଣିବା ପରେ ଆମେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଛୁ। ପୁଲିସର କହିବା ମୁତାବକ, ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାତ୍ରୀମାନେ ଅଖିଆଅପିଆ ଶ୍ରୀମନ୍ଦିରକୁ ଆସିଥିବା ଜଣାପଡ଼ିଥିଲା। ନାଟମଣ୍ଡପରେ ଭିଡ଼ କାରଣରୁ ଦର୍ଶନ ବିଳମ୍ବ ହେବାରୁ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ସେପଟେ ସେବାୟତ, ବୁଦ୍ଧିଜୀବୀମାନେ ସତ ଓ ମିଛ କଣ ତାର ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe