ଚାକଚକ୍ୟ ପରେ ବି ଶିକ୍ଷା ବ୍ୟବସ୍ଥା ଢିଲା; ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ନାହାନ୍ତି ସ୍ଥାୟୀ ଶିକ୍ଷକ

Advertisment
ଚାକଚକ୍ୟ ପରେ ବି ଶିକ୍ଷା ବ୍ୟବସ୍ଥା ଢିଲା; ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ନାହାନ୍ତି ସ୍ଥାୟୀ ଶିକ୍ଷକ

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ସରକାରୀ ହାଇସ୍କୁଲରେ ବର୍ତ୍ତମାନ ଦେଖିବାକୁ ମିଳିଛି ଶିକ୍ଷକ ମରୁଡି। ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଏଠାରେ ଶିକ୍ଷାଦାନ ଏକ ପ୍ରକାର ସ୍ଥାଣୁ ପାଲଟିଛି, ଯାହାକୁ ନେଇ ଅଭିବାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉକ୍ତ ବିଦ୍ୟାଳୟଟି ୧୯୬୨ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ୬ଷ୍ଟଠାରୁ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ମୋଟରେ ବର୍ତ୍ତମାନ ଏଠାରେ୪୪୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ୮ ଜଣ ଶିକ୍ଷକରେ ଚାଲିଛି ଶିକ୍ଷାଦାନ।

ସରକାରୀ ନିୟମ ଅନୁଯାୟୀ ଉକ୍ତ ବିଦ୍ୟାଳୟରେ୧୨ ଜଣ ଶିକ୍ଷକ ନିଯୁକ୍ତି ହେବକଥା। ହେଲେ ଏହି ସମସ୍ୟା ସମ୍ପର୍କରେ ଶିକ୍ଷା ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରିନାହିଁ। ବିଶେଷ କରି ଏଠାରେ ଥିବା ୬ଷ୍ଟରୁ୮ମ ଶ୍ରେଣୀ ନିମନ୍ତେ କୌଣସି ସ୍ଥାୟୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ, ଯାହା ଫଳରେ ଏଠାରେ କାର୍ଯ୍ୟରତ ଅନ୍ୟ ଶିକ୍ଷକମାନେ ଏହି ଶ୍ରେଣୀରେ ବାଧ୍ୟ ହୋଇ ଶିକ୍ଷା ଦାନ କରୁଛନ୍ତି।

publive-image

ବର୍ତ୍ତମାନ ଏହି ସରକାରୀ ବିଦ୍ୟାଳୟଟି ରାଜ୍ୟ ସରକାର ଙ୍କର୫ଟି ଯୋଜନାରେ ସାମିଲ ହୋଇଛି। ବିଦ୍ୟାଳୟର ବାହାର ପାର୍ଶ୍ବ ସୁନ୍ଦର ଦେଖାଯାଉଥିଲେ ବି ଭିତର ପାଖରେ ଅନେକ ସମସ୍ୟା ରହିଛି। ଏହି ଶିକ୍ଷକ ଅଭାବର ଶୂନ୍ୟସ୍ଥାନ ପୁରାଣ ନିମନ୍ତେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ଲିଖିତ ଭାବେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe