୪ଟି ପଞ୍ଚାୟତବାସୀଙ୍କ ଚେତାବନୀ: ଇଣ୍ଟରନେଟ୍‌ ନାହିଁ ତ ଭୋଟ୍‌ ନାହିଁ

୪ଟି ପଞ୍ଚାୟତବାସୀଙ୍କ ଚେତାବନୀ: ଇଣ୍ଟରନେଟ୍‌ ନାହିଁ ତ ଭୋଟ୍‌ ନାହିଁ

ଲାଞ୍ଜିଗଡ଼: ଆଜିବି ଲାଞ୍ଜିଗଡ଼ ବ୍ଲକ୍‌ର ଅନେକ ସ୍ଥାନରେ ମୋବାଇଲ୍‌ ନେଟ୍‌ୱାର୍କ ଓ ଇଣ୍ଟରନେଟ ସେବା ଉପଲବ୍‌ଧ ହେଉ ନାହିଁ। ଲୋକେ ଫୋନ୍‌ କଲ୍‌ କରିପାରୁ ନାହାନ୍ତି। ବ୍ଲକ୍‌ର ବେଡ଼ାଗାଁ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିବାହାଳି, ଦେହେଡ଼ା ଓ କାନକୁଟୁରୁ ପଞ୍ଚାୟତର ମଟକେରା, ମୁସ୍କୁଟି, ବଚକା, କୁମାରପଡ଼ା ସହ ବନ୍ଧପାରି ଓ କୁମଖାଳ ପଞ୍ଚାୟତର ବିଭିନ୍ନ ଗାଁରେ ଏକ ନିର୍ଦ୍ଦିଷ୍ଟ କମ୍ପାନିର ମୋବାଇଲ ଟାୱାର ନିର୍ମିତ ହୋଇଛି। କିନ୍ତୁ ଏବେ ଯାଏଁ ଇଣ୍ଟରନେଟ୍‌ ବ୍ୟବସ୍ଥା କରାଯିବା ତ ଦୂରର କଥା ଫୋନ୍‌କଲ୍‌ ବି ହୋଇପାରୁ ନାହିଁ। ଯାହାଫଳରେ ଅଞ୍ଚଳବାସୀ ବିଭିନ୍ନ ସମୟରେ ଅନେକ ସମସ୍ୟା ଭୋଗୁଛନ୍ତି।

publive-image

ମୋବାଇଲ ଓ ଇଣ୍ଟରନେଟ୍‌ ଏବେ ସବୁ କ୍ଷେତ୍ରରେ ଜରୁରି ହୋଇପଡ଼ିଥିବା ବେଳେ ଏଠାକାର ଲୋକ ଏହି ସେବାରୁ ବଞ୍ଚିତ ରହିଛନ୍ତି। ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗକୁ କଲ୍‌ କରି ପାରୁନାହାନ୍ତି। ଠିକ୍‌ ସମୟରେ ସରକାରୀ ଯୋଜନା ପାଇଁ ଅବେଦନ କରି ପାରୁ ନାହାନ୍ତି। ତେଣୁ ତୁରନ୍ତ ମୋବାଇଲ କଲ୍‌ ଓ ଇଣ୍ଟରନେଟ୍‌ ବ୍ୟବସ୍ଥା କରାଯିବାକୁ ଏହି ୪ଟି ପଞ୍ଚାୟତର ଲୋକେ ଦାବି କରିଛନ୍ତି। ନିର୍ବାଚନ ପୂର୍ବରୁ ଏହି ଦାବି ପୂରଣ ନହେଲେ ଭୋଟ୍‌ବର୍ଜନ କରାଯିବ ବୋଲି ମଟକେରା ଓ ସିନ୍ଧିବାହାଳି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଭୋଟ୍‌ ପ୍ରଚାର ପାଇଁ କୌଣସି ରାଜନେତାଙ୍କୁ ମଧ୍ୟ ଗାଁକୁ ପ୍ରବେଶ କରାଇଦେବୁ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe