ଅନ୍ତର୍ଲା ଛକ ଡକାୟତି ଘଟଣା: ୨ ବାଇକ୍‌, ୬ ମୋବାଇଲ୍‌ ଜବତ, ୪ ଜେଲ୍‌ ଗଲେ

Advertisment
ଅନ୍ତର୍ଲା ଛକ ଡକାୟତି ଘଟଣା: ୨ ବାଇକ୍‌, ୬ ମୋବାଇଲ୍‌ ଜବତ, ୪ ଜେଲ୍‌ ଗଲେ

ଦେଓଗାଁ : ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ତି ଅର୍ନ୍ତଗତ ବନ୍ଧପଡ଼ା- ଅର୍ନ୍ତଲା ରାସ୍ତାରେ କିଛିଦିନ ତଳେ ହୋଇଥିବା ଡକାୟତି ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ସେମାନେ ହେଲେ ବଲାଙ୍ଗୀର ଇନ୍ଦିରା ନଗରର ଗରିବ ପାଣ୍ଡେ, ଇଚ୍ଛାପଡ଼ାର ଆକାଶ ଷାଣ୍ଢ, ବନ୍ଧପଡ଼ା ଫାଣ୍ଡି ସନ୍ଧିଯୋର ଗାଁର କାହ୍ନା ବଗର୍ତ୍ତି, ଡୁମେରଯୋର ଗାଁର ସୁରେନ୍ଦ୍ର କୁଅଁର। ସେମାନଙ୍କ ନିକଟରୁ ଓଡି ୨୬ ଏ ୨୪୪୪ ଓ ଓଡି ୦୩ଟି ୭୫୧୪ ନମ୍ବର ଥିବା ଦୁଇଟି ବାଇକ୍‌, ୬ଟି ମୋବାଇଲ ଫୋନ୍‌, ନଗଦ ୨ହଜାର ୭୭୦ଟଙ୍କା ଓ ଲୁଟପାଟରେ ବ୍ୟବହୃତ କିଛି ସାମଗ୍ରୀ ଜବତ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୫ତାରିଖ ସନ୍ଧ୍ୟା‌ରେ ପୁଇନ୍ତଲା ଥାନା ବହଲପଦର ଗାଁର ବ୍ୟାସଦେବ ଷାଣ୍ଢ ବଲାଙ୍ଗୀର ଆକ୍ସିସ୍‌ ବ୍ୟାଙ୍କରୁ ୯୦ହଜାର ଟଙ୍କା କାଢ଼ି ଅନ୍ତର୍ଲା ରାସ୍ତାରେ ଯାଉଥିଲେ। ଏହି ସମୟରେ ସେ ଲୁଟର ଶିକାର ହୋଇଥିବା ଦେଓଗାଁ ଥାନାରେ ଏତଲା ଦେଇଥିଲେ। ଫାଣ୍ତି ଅଧିକାରୀ କମଲ ଲୋଚନ ମାଝୀ ଏହାର ତଦନ୍ତ କରି ଚାରି ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଯାଇଛି ବୋଲି ଦେଓଗାଁ ଥାନା ଆଇଆଇସି ବାମଦେବ ଶଙ୍ଖୁଆଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe