ଚାରିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା: ମା’ ସହ ଯାତ୍ରା ଦେଖିବାକୁ ଆସିଥିଲା, ଘର ଆଗରୁ ଟେକି ନେଇଥିଲେ ଦୁର୍ବୃତ୍ତ

Advertisment

ଗଞ୍ଜାମ ଜିଲ୍ଲାରେ ଏକ ବୀଭତ୍ସ ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ଏକ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଶ୍ବାସରୁଦ୍ଧ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଗଞ୍ଜାମ ଜିଲ୍ଲାରେ ଏକ ବୀଭତ୍ସ ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ଏକ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଶ୍ବାସରୁଦ୍ଧ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Rape

ପାଟପୁର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏକ ବୀଭତ୍ସ ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ଏକ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଶ୍ବାସରୁଦ୍ଧ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପାଟପୁର ଥାନା ତଥା ସାନଖେମୁଣ୍ଡି ବ୍ଲକ୍‌ର ଖଲିଙ୍ଗି ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ଶିଶୁକନ୍ୟାର କ୍ଷତାକ୍ତ ମୃତଦେହକୁ ଆଜି ଭୋରରେ ଉଦ୍ଧାର କରାଯାଇଛି। ମୃତକ ହେଲେ ମହାନଳା ଗ୍ରାମର ଅଶୋକ ସ୍ବାଇଁଙ୍କ ଝିଅ। ପାଟପୁର ଥାନା ପୁଲିସ ମୃତ ଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରୁଛି। ମୃତକଙ୍କ ମାମୁ ଚନ୍ଦନ ନାହାକ ପାଟପୁର ଥାନାରେ ଦେଇଥିବା ଏତଲା ଆଧାରରେ କେସ୍ ନମ୍ବର ୨୨୯/୨୫ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।  ମହାନଳାର ଅଶୋକ ଖଲିଙ୍ଗି ଚନ୍ଦନନଗରର ରାଧା ନାହାକଙ୍କ ଝିଅକୁ ବିବାହ କରିଛନ୍ତି। ଗତ ୧୯ ତାରିଖରୁ ଚାଲିଥିବା ମନ୍ଦିରପ୍ରତିଷ୍ଠା ଯାତ୍ରା ଦେଖିବାକୁ ଅଶୋକଙ୍କ ପତ୍ନୀ ଝିଅକୁ ନେଇ ଅଜା ଘରକୁ ଆସିଥିଲେ। ଶୁକ୍ରବାର ଥିଲା ଯାତ୍ରାର ଉଦ୍‌ଯାପନୀ ଦିବସ। ସନ୍ଧ୍ୟାରେ ଶିଶୁକନ୍ୟାଟି ଘର ଆଗରେ ଖେଳୁଥିବା ବେଳେ ଅଚାନକ ନିଖୋଜ ହୋଇଯାଇଥିଲା। ପରିବାରବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।

ଯାତ୍ରା କମିଟି ପକ୍ଷରୁ ମାଇକ୍‌ ଯୋଗେ ଘୋଷଣା କରାଯାଇଥିଲା। ପତ୍ତା ନମିଳିବାରୁ ପାଟପୁର ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଗାଁରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ପରିବାର ଲୋକେ ରାତିସାରା ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇନଥିଲେ। ଗ୍ରାମର କିଛି ବ୍ୟକ୍ତି ସକାଳେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର କରିଥିଲେ। ପାଟପୁର ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା, ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ଓ ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ସ୍କ୍ବାଡ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅମାନବୀୟ ଲୋମହର୍ଷଣକାରୀ ହତ୍ୟାଘଟଣାର ତୁରନ୍ତ ପର୍ଦ୍ଦାଫାସ୍‌ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଶବ ବ୍ୟବଚ୍ଛେଦ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଖଲିଙ୍ଗିରେ ପହଞ୍ଚି ଗ୍ରାମବାସୀ ଏବଂ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଘଟଣାର ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତକୁ ତୁରନ୍ତ ଠାବ କରି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe