ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣା, ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଗିରଫ

ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣା : ସିବିଆଇ ତଦନ୍ତ ପାଇଁ ମାମଲା

ପୁରୀ : ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ଆଜି ପୁଲିସ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଜଣେ ସିଆରପିଏଫ୍ ଯବାନ ବୋଲି ବି ସୂଚନା ମିଳିଛି। ସିଆରପିଏଫ୍ ଯବାନ ବୁଲୁ ବାରିକର ଘର ରେଣ୍ଢା ଗାଁ’ରେ ବୋଲି ଜଣାଯାଇଛି।

publive-image Image Source--aajtak

ସୂଚନାଯୋଗ୍ୟ, ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ବ୍ରହ୍ମଗିରି ଥାନା ଆଳିଆପୁଟୁ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ(୩୨)କୁ ଗତ ୬ ତାରିଖ ଦିନ ଗିରଫ କରିଥିଲା। ତାକୁ ସ୍ପେସାଲ୍ ସ୍କ୍ବାଡ୍ ଟାଙ୍ଗୀ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ରାମଚନ୍ଦ୍ରର ନାଁ’ରେ ପୂର୍ବରୁ ବ୍ରହ୍ମଗିରି ଥାନାରେ ୪ରୁ ଅଧିକ ମାମଲା ରହିଛି। ତେବେ ଜିତୁ ଘରକୁ ମଦ ପିଇବା ପାଇଁ ଯାଇ ସେ ଏହି ଗଣଦୁଷ୍କର୍ମ ମାମଲାରେ ଫସିଯାଇଥିବା କହିଥିଲା। ଗତ ଦୁଇ ତାରିଖ ଦିନ ପୀଡ଼ିତାଙ୍କ ପ୍ରତି ହୋଇଥିବା ଗଣଦୁଷ୍କର୍ମ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆଗରୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe