ବରଗଡ଼: ଆଧୁନିକ ଭାରତର ସର୍ବଶ୍ରେଷ୍ଠ ପ୍ରତିଭା ଏବଂ ରାଷ୍ଟ୍ର ନିର୍ମାଣରେ ଗାନ୍ଧୀ ଓ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ। ଏହି ଦୁଇ ମହାପୁରୁଷ ସମାଜକୁ ନୂଆ ସଂସ୍କାର ଏବଂ ଦିଗଦର୍ଶନ ଦେଇଛନ୍ତି। ଯାହା ସାରା ବିଶ୍ବରେ ବର୍ତମାନ ଯାଏଁ ଗ୍ରହଣୀୟ ବୋଲି ବରଗଡ଼ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟାରେ 'ଗାନ୍ଧୀ ଓ ଆମ୍ବେଦକର' ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ପଞ୍ଚାୟତ କଲେଜ୍ ଅଧ୍ୟକ୍ଷ ପତିତପାବନ ସାହୁଙ୍କ ସଭାପତିତ୍ବ ଓ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିିତ କାର୍ଯ୍ୟକ୍ରମରେ ପ୍ରଫେସର କାମଦେବ ସାହୁ ଗାନ୍ଧୀ ଓ ଆମ୍ବେଦକର ଆଧୁନକ ଭାରତର ସର୍ବଶ୍ରେଷ୍ଠ ପ୍ରତିଭା ବୋଲି କହିଥିଲେ।
/sambad/media/post_attachments/wp-content/uploads/2022/11/15-18.jpg)
ମେଳାର ଚତୁର୍ଥ ସନ୍ଧ୍ୟାକୁ ବରଗଡ଼ ଜିଲ୍ଲା ଓକିଲ ସଂଘର ସାଧାରଣ ସମ୍ପାଦକ ହରିହର ପ୍ରଧାନ, ଡ. ଜୟଦେବ ସାହୁ, ଗାନ୍ଧୀ ସ୍ମୃତି ପାଠାଗାର ସଭାପତି ବିମ୍ବାଧର କୁଁଅର ଉଦ୍ଘାଟନ କରିଥିଲେ କେନ୍ଦ୍ରୀୟ ବିଦ୍ୟାଳୟ ଓ ସେମରକ ସ୍କୁଲ୍ର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ରଞ୍ଜିତ ପ୍ରଧାନଙ୍କ ପୁସ୍ତକ 'କରୁନାର୍ ରସ' ଉନ୍ମୋଚିତ ହୋଇଥିଲା। ଶେଷ ରେ ରବି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ପୁସ୍ତକ ମେଳା ପରିପ୍ରେକ୍ଷୀରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
Follow Us