ସୁବର୍ଣ୍ଣରେଖାରେ ଚତୁର୍ଥ ବନ୍ୟା: ଉତ୍ତର ବାଲେଶ୍ୱରର ୮୦ ଗାଁ ପୁଣି ଜଳମଗ୍ନ, ଦୟନୀୟ ସ୍ଥିତିରେ ୪ ବ୍ଲକ୍‌ର ବାସିନ୍ଦା

Advertisment

ମାତ୍ର ଅଳ୍ପଦିନ ବ୍ୟବଧାନରେ ସୁବର୍ଣ୍ଣରେଖାରେ ଏହି ବର୍ଷର ଚତୁର୍ଥ ବନ୍ୟା ଆସିଛି। ଉତ୍ତର ବାଲେଶ୍ୱରର ୨୦ ପଞ୍ଚାୟତ ଅନ୍ତର୍ଗତ ୮୦ରୁ ଊର୍ଦ୍ଧ୍ବ ଗାଁ ଜଳମଗ୍ନ ହୋଇଯାଇଛି। ନଦୀର ନିମ୍ନ ଅବବାହିକାରେ ଥିବା ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକ୍‌ର....

ମାତ୍ର ଅଳ୍ପଦିନ ବ୍ୟବଧାନରେ ସୁବର୍ଣ୍ଣରେଖାରେ ଏହି ବର୍ଷର ଚତୁର୍ଥ ବନ୍ୟା ଆସିଛି। ଉତ୍ତର ବାଲେଶ୍ୱରର ୨୦ ପଞ୍ଚାୟତ ଅନ୍ତର୍ଗତ ୮୦ରୁ ଊର୍ଦ୍ଧ୍ବ ଗାଁ ଜଳମଗ୍ନ ହୋଇଯାଇଛି। ନଦୀର ନିମ୍ନ ଅବବାହିକାରେ ଥିବା ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକ୍‌ର....

sffshsfxbxbv

ଜଳେଶ୍ୱର/ବାଲିଆପାଳ: ମାତ୍ର ଅଳ୍ପଦିନ ବ୍ୟବଧାନରେ ସୁବର୍ଣ୍ଣରେଖାରେ ଏହି ବର୍ଷର ଚତୁର୍ଥ ବନ୍ୟା ଆସିଛି। ଉତ୍ତର ବାଲେଶ୍ୱରର ୨୦ ପଞ୍ଚାୟତ ଅନ୍ତର୍ଗତ ୮୦ରୁ ଊର୍ଦ୍ଧ୍ବ ଗାଁ ଜଳମଗ୍ନ ହୋଇଯାଇଛି। ନଦୀର ନିମ୍ନ ଅବବାହିକାରେ ଥିବା ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ବାରମ୍ବାର ବନ୍ୟାଦ୍ବାରା ପ୍ରଭାବିତ ହେଉଥିବାରୁ ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି।

ସୂଚନା ଅନୁସାରେ, ଗତକାଲି ରାତି ଗୋଟାଏ ବେଳକୁ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୧୦.୩୨ ମିଟର ରହିଥିଲା। ପ୍ରାୟ ୩ ଘଣ୍ଟା ଧରି ଏହା ସ୍ଥିର ରହିଥିବା ବେଳେ ଭୋର ୪ଟା ବେଳକୁ ସାମାନ୍ୟ ହ୍ରାସ ପାଇ ୧୦.୩୦ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ତେବେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ରାଜଘାଟଠାରେ ନଦୀର ଜଳସ୍ତର ୯.୮୪ ମିଟରକୁ ଖସିଛି। ଅପରାହ୍ଣ ୪ଟା ସୁଦ୍ଧା ରାଜଘାଟଠାରେ ପ୍ରତି ସେକେଣ୍ଡକୁ ୩୫୪୮.୪୬ କ୍ୟୁମେକ ପାଣି ନିଷ୍କାସିତ ହେଉଛି। ଏଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ ମିଟର ରହିଛି। ରାଜଘାଟଠାରେ ଜଳସ୍ତର ଖସିଥିଲେ  ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକର ସୁବର୍ଣ୍ଣରେଖା ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ବିତ୍ପାତ ଦେଖାଦେଇଛି।

ଗତ ଜୁନ୍‌ ମାସ ପ୍ରଥମ ସପ୍ତାହରେ ଜଳ ନିଷ୍କାସନ ସମସ୍ୟା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।  ଜୁନ ୨୦ ତାରିଖରୁ ଅଦ୍ୟାବଧି ଚାରିଚାରି ଥର ବନ୍ୟା ଲୋକଙ୍କ ଦୁଃଖକୁ ବଢ଼ାଇ ଦେଇଛି। ବିଶେଷକରି ଭୋଗରାଇ ବ୍ଲକ୍‌ର ନାଚିନ୍ଦା, ଖରିଦ୍‌ପିପଳ, ଆରୁହାବୃତ୍ତି, କୁମ୍ଭୀରଗଡ଼ି, ଗବଗାଁ, ରସୁଲପୁର, ବାଲିଆପାଳ ବ୍ଲକର ଅସ୍ତି, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା, ବାଲିଆପାଳ, ଜଳେଶ୍ୱର ବ୍ଲକର ପଶ୍ଚିମବାଡ଼, ବାଇଗଣବାଡ଼ିଆ, ଝାଡ଼ପିପଳ, ପାଇକସିଦା, ଗଡ଼ସାହି, ବାଲିଆପାଳ ଆଦି ପଞ୍ଚାୟତର ୮୦ରୁ ଊର୍ଦ୍ଧ୍ବ ଗାଁର ବନ୍ୟାପାଣି ନିଷ୍କାସିତ ହୋଇପାରୁନି।  ବନ୍ୟା ଯୋଗୁ ଏକର ଏକର ଜମିର ପନିପରିବା ଚାଷ ନଷ୍ଟ ହୋଇଛି। ଖରିଫ୍ ଧାନ ଚାଷ ମଧ୍ୟ ଠପ୍ ହୋଇପଡ଼ିଛି। ଧାନତଳିସବୁ ପଚିଗଲାଣି। ଲୋକେ ରୁଆପୋତା କରିପାରୁନାହାନ୍ତି।  ବନ୍ୟାରେ ୪/୫ଦିନ ଧରି ପାଣି କମୁ ନଥିବାରୁ ଗୋରୁଗାଈ ପଦାକୁ ବାହାରି ପାରୁନାହାନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe