ଚତୁର୍ଥ ଔପଦା ଆଞ୍ଚଳିକ ମହୋତ୍ସବ: ସିନେତାରକାଙ୍କ ନାଚଗୀତରେ ଝୁମିଲେ ଦର୍ଶକ

Advertisment
ଚତୁର୍ଥ ଔପଦା ଆଞ୍ଚଳିକ ମହୋତ୍ସବ: ସିନେତାରକାଙ୍କ ନାଚଗୀତରେ ଝୁମିଲେ ଦର୍ଶକ

ଔପଦା: ଚତୁର୍ଥ ଔପଦା ଆଞ୍ଚଳିକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକମାନଙ୍କୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମୋଦିତ କରିଥିଲେ ଓଡ଼ିଶାର ଲୋକପ୍ରିୟ ସିନେତାରକା ଓ କଣ୍ଠଶିଳ୍ପୀ। ବିଶେଷ କରି ସିନେଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବା ପାଇଁ ଦର୍ଶକ ମହଲରେ ବେଶ୍‌ ଉତ୍କଣ୍ଠା ପ୍ରକାଶ ପାଇଥିଲା। ମନଛୁଆଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ।

ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ପୂର୍ବତନ ସାଂସଦ ତଥା ସିନେତାରକା ସିଦ୍ଧାନ୍ତ ମହାପାତ୍ର। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ ଓ ଉପଦେଷ୍ଟା ଚିନ୍ତାମଣି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ମାଧ୍ୟମରେ ଭାଇଚାରା ଓ କଳାସଂସ୍କୃତିକୁ ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ। ଡକ୍ଟର ସଂଗ୍ରାମ ରାଉତ ଓ ଜୟଶ୍ରୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମେଗା ଅଡିସନ୍‌ରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଭାକାର୍ଯ୍ୟ ପରେ ଜଣାଶୁଣା କଣ୍ଠଶିଳ୍ପୀ ଜାଗୃତି ମିଶ୍ର, ଲୋପାମୁଦ୍ରା ଦାଶ, ସଞ୍ଜୁ ମହାନ୍ତିଙ୍କ ସହ ସିନେତାରକା ସ୍ୱରାଜ ବାରିକ, ଶିବାନୀ ସଂଗୀତା, ପ୍ରଦୀପ ପାଢ଼ୀ, ଦେବସ୍ମିତା ପଣ୍ଡା, ସୁପ୍ରିୟା ନାୟକ ପ୍ରମୁଖ ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ କରିଥିଲେ। ମହୋତ୍ସବ ଆଉ ଦୁଇ ଦିନ ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe