ଚତୁର୍ଥ ରୋଗୀ ମୃତ; ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ଖାଲି

Advertisment
ଏସ୍‌ସିବିରେ ୟୁରୋଲୋଜି କର୍ମଶାଳା: ୨୦ ଜଣଙ୍କ ଲାଇଭ୍ ଅସ୍ତ୍ରୋପଚାର

indianadmissionsguru.com

କଟକ : ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ଏବେ ଖାଲି ହୋଇ ଯାଇଛି। ପୂର୍ବରୁ ୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୟୁନିଟର ପ୍ରଥମ ରୋଗୀ ଭାବେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଅନ୍ନପୂର୍ଣ୍ଣା ନାୟକ (୫୮)ଙ୍କର ମୃତ୍ୟୁ ଘଟିଛି।

ଅଗଷ୍ଟ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଥମ ମାଗଣା ଏକ୍‌ମୋ ଚିକିତ୍ସା ବ୍ୟବସ୍ଥା ପୂର୍ବ ଭାରତର ସବୁଠାରୁ ବଡ ଏକ୍‌ମୋ ୟୁନିଟ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ୯ଟି ଏକ୍‌ମୋ ମେସିନ୍‌ ବସା ଯାଇଥିବାବେଳେ ୬ଟି ଅଣକରୋନା ରୋଗୀଙ୍କ ପାଇଁ ଓ ୩ଟି କରୋନା ରୋଗୀଙ୍କ ପାଇଁ ଏଠାରେ ଚିକିତ୍ସା ବ୍ୟବସ୍ଥା ରହିଥିଲା। ମୁଖ୍ୟମନ୍ତ୍ରୀ ୟୁନିଟ୍‌ ଉଦ୍‌ଘାଟନ କରିବାର ଠିକ୍‌ ପରଦିନ ଅର୍ଥାତ୍‌ ଅଗଷ୍ଟ ୨୮ ତାରିଖ ରାତିରେ ଏସ୍‌ସିବି କୋଭିଡ୍‌ ୱାର୍ଡ-୨ ୟୁନିଟ୍‌ରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ବଡ଼କ୍ଷୀର ଗ୍ରାମର ଅନ୍ନପୂର୍ଣ୍ଣା ନାୟକଙ୍କୁ ଅଣାଯାଇ ଏକମୋ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ୨୪ ଦିନର ଚିକିତ୍ସା ପରେ ଅନ୍ନପୂର୍ଣ୍ଣାଙ୍କର ମୃତ୍ୟୁ ଘଟିଥିବା ଏସ୍‌ସିବି ସୂତ୍ରରୁ ଜଣାପଡିଛି। ପୂର୍ବରୁ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ଯୁବକ ଜଗନ୍ନାଥ ପ୍ରଧାନ(୩୨), ବଲାଙ୍ଗୀରର ଜ୍ୟୋତିର୍ମୟୀ ପଣ୍ଡା(୩୮), ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଭୁବନେଶ୍ବରର ଦିଲ୍ଲୀପ କୁମାର ଅଗ୍ରୱାଲଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe