ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଠକେଇ ଅଭିଯୋଗ

Advertisment

ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୋବିନ୍ଦପୁର ବଜାରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଲୋକଙ୍କ ଠାରୁ ଟଙ୍କା ଠକେଇ କରିନେଇଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି।

ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୋବିନ୍ଦପୁର ବଜାରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଲୋକଙ୍କ ଠାରୁ ଟଙ୍କା ଠକେଇ କରିନେଇଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି।

dhamnagar

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୋବିନ୍ଦପୁର ବଜାରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଲୋକଙ୍କ ଠାରୁ ଟଙ୍କା ଠକେଇ କରିନେଇଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି। କେନ୍ଦ୍ରର ମାଲିକ ସତ୍ୟବ୍ରତ ନାଥ ଓ ତାଙ୍କ ସ୍ତ୍ରୀ ସୁଧାଂଶୁ ବାଳା ନାଥଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। 

ସ୍ଥାନୀୟ କଲ୍ୟାଣୀ ଓ ଗୋବିନ୍ଦପୁର ପଞ୍ଚାୟତର ଲୋକେ ଏହି ଠକାମିର ସ୍ବୀକାର ହୋଇଛନ୍ତି। କଲ୍ୟାଣୀ ଗ୍ରାମର ଗୌରୀ ମହାପାତ୍ର ୫୩ ହାଜର ଟଙ୍କା ବ୍ୟାଙ୍କ୍ ଖାତାରେ ରଖିଥିଲେ। ତାଙ୍କ ଅଜଣାତରେ ସବୁ ଟଙ୍କା ଉଠାଇ ନେଇଯାଇଥିଲେ। କନକ ଜେନାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଉଠାଇନେଇଛନ୍ତି। ସୁବାସୀନି ସାହୁଙ୍କର ୧୫ ହଜାର, ନିରଞ୍ଜନ ଜେନାଙ୍କ ୪୦ ହଜାର, ମାନସ ରଞ୍ଜନ ପାଢ଼ୀଙ୍କ ୪୦ ହଜାର ଓ ଅନ୍ୟମାନଙ୍କ ପାଖରୁ ଟଙ୍କା ଉଠାଇନେଇଥିବା କହିଛନ୍ତି। ପାଖାପାଖି ୩୦ ଲକ୍ଷ ଟଙ୍କା ଠକି ଥିବା ଅଭିଯୋଗ କରିଛନ୍ତି। 

ଗୋବିନ୍ଦପୁର ଗ୍ରାମର ସତ୍ୟବ୍ରତ ନାଥ ୧୦ ବର୍ଷ ହେବ ଧୁଷୁରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏଠାରେ ସିଏସପି ସଖା କରିଥିଲେ। ୫ରୁ ୬ ବର୍ଷ ହେବ ଗ୍ରାହକ ମାନେ ଏହି ସିଏସପି ରେ ଖାତା ଖୋଲି ଟଙ୍କା ଦେଣ ନେଣ କରୁଥିଲେ। ଏହାରି ଭିତରେ କେମିତି କଣ ଚଞ୍ଚକତା କରି ସତ୍ୟବ୍ରତ ଗ୍ରାହକଙ୍କ ଖାତାରୁ ଟଙ୍କା ଉଠାଇ ନିଅନ୍ତି। ଏଭଳି ୫୦ ରୁ ୬୦ ଲୋକ ଠକାମିର ସ୍ବୀକାର ହୋଇଛନ୍ତି। ଘଟଣା ଜଣାପଡିବା ପରେ ପ୍ରାୟ ୧ବର୍ଷ ହେଲା ଟଙ୍କା ନେ଼ଇ ମାଲିକ ଫେରାର ହୋଇଛନ୍ତି। ଏନେଇ ଗୌରୀ ମହାପାତ୍ର, ଝରଣା ଦାସ, ସୁବାସୀନି ସାହୁ, ଅନ୍ୟମାନେ ଆଜି ଧାମନଗର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।  

 fraud-case | Bhadrak 

ରିପୋର୍ଟ: କୃଷ୍ଣ ଜେନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe