Times of India
ସମ୍ବଲପୁର: ସମ୍ବଲପୁରକୁ ସାଇବର୍ ଠକ କବଳିତ କରି ରଖିଥିବା ବେଳେ ଏବେ କିଛି ଦେଶୀ ଠକ ମାତିବା ଆରମ୍ଭ କରିଲେଣି। ଲୋକଙ୍କୁ ଠକିବା ପାଇଁ ଏବେ ଠକମାନେ ନୂଆ ନୂଆ ଉପାୟରେ ପ୍ରୟାସ କରୁଛନ୍ତି। ସମ୍ବଲପୁର ଅଇଁଠାପାଲି ଥାନା ମହାନଦୀବିହାର ଅସୀନ ପଟ୍ଟନାୟକକୁ ଧନୁପାଲି ପୁଲିସ ଭିଜିଲାନ୍ସ ଏସ୍ପିଙ୍କ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅଟକ ରଖିବା ପରେ ନୋଟିସ୍ ଦେଇ ଛାଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଅତି ଚତୁର ହୋଇ ଅସୀମ ନିଜର ଏକ ନମ୍ବରକୁ ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ନାଁରେ ସେଭ୍ କରିଥିଲା। ଏହା ଜଣାପଡ଼ିବା ପରେ ଭିଜିଲାନ୍ସ ଇନ୍ସପେକ୍ଟର ତପସ୍ବିନୀ ସେଠ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଅସୀନ୍କୁ ବୁଧବାର ରାତି ଉଠାଇଥିଲା। ତେବେ ତାକୁ ନୋଟିସ୍ଦେଇ ଛଡ଼ାଯାଇଥିବା ଧନୁପାଲି ଥାନାଧିକାରୀ କହିଛନ୍ତି। ତେବେ ବଡବଡ଼ ଅଧିକାରୀଙ୍କ ନାଁରେ ନିଜ ନମ୍ବର ସେଭ୍ କରି ମୋର ଚିହ୍ନା ଅଛି ବୋଲି ଲୋକଙ୍କୁ ସେ କହିଆସୁଥିଲା। ଏଭଳି ଠକି ଲୋକଙ୍କୁ ଚୂନା ଲଗାଇଥିବା ପୁଲିସ ସନ୍ଦେହ କରୁଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା କହାଯାଇଛି।
Follow Us