ଜିଓ ଟାୱାର ବସାଇବା ନାଆଁରେ ୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ

Advertisment
ଜିଓ ଟାୱାର ବସାଇବା ନାଆଁରେ ୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ମହାନଗରରେ ଏକ ଠକେଇ ମାମଲାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି।
ଖବରରୁ ପ୍ରକାଶ ଯେ ଗତ ୨୦୧୯ ମସିହା ମାର୍ଚ୍ଚ ୨୬ ତାରିଖରେ ରାଉରକେଲାର ଉଦିତ ଜଗରର ବାସନ୍ତୀ କଲୋନି ନିବାସୀ ପୂର୍ଣ୍ଣେନ୍ଦୁ ଶେଖର ପଣ୍ଡା ରାଉରକେଲାର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ କେତେକ ଲୋକ ତାଙ୍କ ଘରେ ଜିଓ ଟାୱାର ବସାଇବାକୁ କହି ତାଙ୍କଠାରୁ ଚାରିଟି କିସ୍ତିରେ ୯ ଲକ୍ଷ ୮୪ ହଜାର ଟଙ୍କା ଠକି ନେଇଛନ୍ତି। ଏହାପରେ ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।

publive-image

ଆଜି ରାଉରକେଲାର ସାଇବର ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେବୁଦ୍ଧ ସରକାର(୩୮),ଜୟନ୍ତ ବାନାର୍ଜୀ(୩୯), ପ୍ରିୟାଂଶୁ ଦାସ(୨୫),ରୋହିତ ସରକାର(୩୪) ଏବଂ ଶୁଭଜିତ ରାହା(୩୪) । ଏମାନେ ସମସ୍ତେ ପଶ୍ଚିମବଙ୍ଗର କୋଲକାତା ମହାନଗରର ବାସିନ୍ଦା ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କଠାରୁ ୭ଟି ଲାପଟପ୍ ,୧୪୩ଟି ସିମ୍‌କାର୍ଟ, ୨୩୪ଟି ବ୍ୟାଙ୍କ ଚେକ୍‌ଓ ୧୬ଟି ହାର୍ଡ ଡିସ୍କ ସମେତ ଅନ୍ୟ କେତେକ ସାମଗ୍ରୀ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe