ନକଲି ସୁନା ବନ୍ଧକ ଦେଇ ବ୍ୟାଙ୍କରୁ କୋଟିଏ ଠକେଇ: ବଣିଆ ପାର୍‌, ୨୧ ଜଣଙ୍କ ନାମରେ ବ୍ୟାଙ୍କ ଋଣ

ଦାମ୍‌ ପୁଣି ୭୩ ହଜାର ଉପରେ

Moneycontrol

ଓଡ଼ଗାଁ: ନକଲିକୁ ଅସଲି ସୁନା ଦର୍ଶାଇ ବ୍ୟାଙ୍କରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଛି। ଲୋକଙ୍କୁ ଚୂନ ଲଗେଇ ବଣିଆ କୁଆଡ଼େ ପାର ହୋଇଯାଇଛି। ନକଲି ସୁନାକୁ ବ୍ୟାଙ୍କରେ ବନ୍ଧକ ଦେଇ ଏଭଳି କଳାକାରାନାମା କରିବାରେ ବଣିଆ ପ୍ରମୁଖ ଭୂମିକା ଗ୍ରହଣ କରିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଶିଖରପୁର କାନାରା ବ୍ୟାଙ୍କରେ ଏଭଳି ଘଟଣା ଘଟିଛି।

ସୂଚନାଯୋଗ୍ୟ, ଶିଖରପୁର ଗ୍ରାମରେ କାନାରା ବ୍ୟାଙ୍କ କାର୍ଯ୍ୟ କରୁଥିବା ସମୟରୁ ବଣିଆ ଭାବେ ଶରଣକୁଳ ଗ୍ରାମର ରଘୁନାଥ ଆଚାରିଙ୍କ ପୁଅ ନୀଳମାଧବ ଆଚାରି କାମ କରନ୍ତି। ଲୋକମାନେ ବ୍ୟାଙ୍କରେ ସୁନା ବନ୍ଧକ ଦେଇ ଲୋନ୍ ନେଣଦେଣ କରୁଥିବା ବେଳେ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ରଘୁନାଥ ବ୍ୟାଙ୍କକୁ କିପରି ଚୂନ ଲଗେଇ କୋଟିପତି ହେବେ ସେହି ଯୋଜନା କରିଥିଲେ। ବ୍ୟାଙ୍କ ନିୟମ ଅନୁଯାୟୀ, ବ୍ୟାଙ୍କର ଯେ କେହି କର୍ମଚାରୀଙ୍କ ନାମରେ ଋଣ ନେଇପାରିବେ ନାହିଁ। ସେଥିପାଇଁ ରଘୁନାଥ ଆଖପାଖ ଗାଁର ସଂପର୍କୀୟ ଲୋକଙ୍କୁ ଟାର୍ଗେଟ କରିଥିଲେ। ଅସଲି ବଦଳରେ ନକଲି ସୁନା ଯୋଗାଡ଼ କରି ଲୋକଙ୍କ ସାହାରା ନେଇଥିଲେ। ଗତ ୨ବର୍ଷ ମଧ୍ୟରେ ୨୧ ଜଣ ଲୋକଙ୍କ ନାମରେ ଏକ କୋଟି ଟଙ୍କା ବ୍ୟାଙ୍କରୁ ଠକି ନେଇଥିବା ଶିଖରପୁର ଶାଖା ପରିଚାଳକ ରୋଜାଲି ପୃଷ୍ଟି କହିଛନ୍ତି।

ଚଳିତ ବର୍ଷ ବ୍ୟାଙ୍କ ଅଡିଟ୍ ସମୟରେ ବ୍ୟାଙ୍କରେ ବନ୍ଧକ ଥିବା ସମସ୍ତ ସୁନା, ଗହଣା ପରୀକ୍ଷା, ନିରୀକ୍ଷା କରାଯାଇଥିଲା। ଏହି ସମୟରେ ବଣିଆର କଳାକାରନାମା ଧରାପଡ଼ିଥିଲା। ଏଥିରେ ଅଧିକାଂଶ ସୁନା ନକଲି ଥିବା ଘଟଣା ପଦାକୁ ଆସିଥିଲା। ଏହି ଘଟଣାରେ ବଣିଆ ରଘୁନାଥ ଏଭଳି କାଣ୍ତ ଘଟାଇଥିବା ସ୍ବୀକାର କରିଥିଲେ। ଏଥିସହିତ, ଧୀରେ ଧୀରେ ବ୍ୟାଙ୍କକୁ ଟଙ୍କା ଶୁଝି ଦେବ ବୋଲି ରାଜି ହୋଇଥିଲେ। ଏହାପରେ ବଣିଆ ଷ୍ଟେଟ୍ ବ୍ୟାଙ୍କର ୨୦ଲକ୍ଷ ଟଙ୍କାର ଏକ ଚେକ୍ ଶାଖା ପରିଚାଳକଙ୍କୁ ଦେଇଥିଲେ। କିନ୍ତୁ, ସେହି ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡିଛି। ଗତ ରବିବାର ଦିନରୁ ବଣିଆ କୁଆଡ଼େ ଫେରାର ହୋଇଯାଇଥିବା ଶାଖା ପରିଚାଳକ କହିଛନ୍ତି। ଏ ବିଷୟରେ ସେ ରିଜିଓନାଲ ମ୍ୟାନେଜରଙ୍କୁ ଜଣାଇବା ପରେ ବଣିଆ ନାଁରେ ଥାନାରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe